ପବିତ୍ର ଶିଶୁ ଦିବସ ପାଳିତ

ପବିତ୍ର ଶିଶୁ ଦିବସ ସରକାରୀ ଉଚ୍ଚ ବିଦ୍ୟାଳୟ ପିଙ୍ଗୁଆ ରେ ନଭେମ୍ବର ମାସ ଚଉଦ ତାରିଖ ପୂର୍ବାହ୍ନ ରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି।

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ତୈଳଚିତ୍ରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ମାଲ୍ୟାର୍ପଣ କରି ଧୂପ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପଣ୍ଡିତ ନେହେରୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ସମସ୍ତ ଙ୍କୁ ଆହ୍ବାନ ଦେଇଥିଲେ। ଆଜି ର ଶିଶୁ ଆସନ୍ତା କାଲି ର ନାଗରିକ। ଏଣୁ ଶିଶୁ ମାନେ କର୍ତ୍ତବ୍ୟ ନିଷ୍ଠ ହୋଇ ଶିକ୍ଷା ଗ୍ରହଣ‌କରିବାକୁ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ବିଜୟ କୁମାର ସାମଲ, ଶିକ୍ଷକ ପ୍ରକାଶ ବାରିକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅତିଥି ଶିକ୍ଷକ ପ୍ରକୃତିବନ୍ଧୁ ହରିହର ସାହୁ, ଶିକ୍ଷୟିତ୍ରୀ ପଦ୍ମିନୀ ତରାଇ, ସ୍ୱାଗତିକା ବେହେରା, ଲିଜା ଦଳେଇ, ମିନତି ସାହୁ, ମାଳତୀ ବେହେରା, ଶିକ୍ଷକ ତରୁଣ ବାରିକ, କାର୍ଯ୍ୟାଳୟ ସହାୟକ ହୃଷୀକେଶ ଦାସ ପରାମର୍ଶ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷକ ପ୍ରକାଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *