ଅଗ୍ନି ବିପନ୍ନଙ୍କୁ ଗୃହ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ବ୍ଲକ ଅଧ୍ୟକ୍ଷ


କାକଟପୁର,୩୦୦୪-

କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତ ସୁଆର ଗ୍ରାମରେ ଜଣେ ଦୁର୍ବୃତ୍ତଙ୍କ ଦ୍ଵାରା ନିଆଁ ଲଗାଇ ଘଟିଥିବା ଅଗ୍ନିକାଣ୍ଡରେ ୫ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଯାହା ଫଳରେ ୫ଜଣ ଅସହାୟ ଦଳିତ ଗରିବ ମହିଳାଙ୍କ ଘର ସହ ସମସ୍ତ କାଗଜପତ୍ର, ଆସବାବପତ୍ର, ରୋଷେଇ ସରଞ୍ଜାମ, ଧାନ ଚାଉଳ, ନଗଦ ଟଙ୍କା, ସାଇକେଲ, ସିଲାଇ ମେସିନ ସହ ଲକ୍ଷାଧିକ ଟଙ୍କାର ସଂପି ପୋଡି ପାଉଁଶ ହୋଇଯାଇଛି। କାକଟପୁର ବ୍ଲକ୍ ଅଧକ୍ଷ ଶ୍ରୀଧର ନାୟକ ଅଗ୍ନି ବିପନ୍ନଙ୍କ

ପାଖରେ ପହଞ୍ଚି ଗଭୀର ଦୁଃଖ ପ୍ରକାଶ କରିବା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ତୋଦୟ ଓ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ବିଡ଼ିଓ ଓ ଜିଲ୍ଲାପାଳଙ୍କ ସହ କଥା ହେଇ ନିଶ୍ଚିନ୍ତ ଗୃହ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଅଗ୍ନି ବିପନ୍ନ ପରିବାର ଲୋକଙ୍କ ସହ ସମାଜସେବୀ ବିପିନ ବିହାରୀ ମଲ୍ଲିକ ଓ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *