ଆମ ଭଦ୍ରକ ମେଡ଼ିକାଲ କେତେ ସୁରକ୍ଷିତ ?

ଭଦ୍ରକ- ଭଦ୍ରକ ମେଡ଼ିକାଲରେ ନକଲି ଡାକ୍ତରଙ୍କ ପ୍ରସୂତି ବିଭାଗରେ ଅନୁପ୍ରବେଶକୁ ନେଇ ଉତ୍ତେଜନା । କେତେ ସୁରକ୍ଷିତ ଆମ ଭଦ୍ରକ ମୁଖ୍ୟ ଡାକ୍ତରଖାନା । ସମସ୍ତେ ସତର୍କ ରୁହନ୍ତୁ , ଏଠି ମୋବାଇଲ ଚୋର ,ଗାଡି ଚୋର, ନିଶା ଖୋର ଓ ଲୁଟେରା ,ମଦ୍ୟପ ମାନଙ୍କର ଆଡ୍ଡା l ସୂଚନା ଯେ ଯାଜପୁର ଅଞ୍ଚଳରୁ ଗୋଟେ ବ୍ୟକ୍ତି ନିଜକୁ ଡାକ୍ତର ବୋଲି କହି ଅଚାନକ ପ୍ରସୂତୀ ୱାଡ଼ରେ ପ୍ରବେଶ କରି ପେସେଣ୍ଟ ଦେଖୁଥିଲା, ଏହି ସମୟରେ ସେଠାରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କୁ ସନ୍ଦେହ ହେବାରୁ ଖବର ପ୍ରଘଟ ହୋଇଥିଲା। ଏହାପରେ ପୁଲିସ ତାକୁ ଧରିବା ସହିତ ଥାନାକୁ ଉଠାଇ ନେଇଥିବା ଖବର ମିଳିଛି।

ରିପୋର୍ଟ – ପୁନିଲ୍ କୁମାର ସାମନ୍ତ, ଭଦ୍ରକ।

Leave a Reply

Your email address will not be published. Required fields are marked *