ପ୍ରାକୃତିକ ବିପର୍ଯ୍ୟୟର କିଭଳି ମୁକାବିଲା କରାଯାଇପାରିବ

ପ୍ରାକୃତିକ ବିପର୍ଯ୍ୟୟର କିଭଳି ମୁକାବିଲା କରାଯାଇପାରିବ ଅଗ୍ନିଶମ ବିଭାଗ ଦେଖାଇଲେ କରାମତି। ଜଟଣୀ:ପ୍ରାକୃତିକ ଦିବସ ଉପଲକ୍ଷେ ଜଟଣି ପୌର ପରିଷଦ ପାଳନ କରିଥିଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଆଲୋଚନା ଚକ୍ର। ପରିଚାଳନା ଅତିଥି ଭାବେ ଯୋଗ ଦେଇଥିଲେ, ପୌର ଉପାଧ୍ୟକ୍ଷା ଶ୍ରୀମତି ଆରତୀ ରାଉତ, କାଉନସିଲର ଶଶାଙ୍କ ଶେଖର ରାଏ ଏବଂ ଶିଶୁ ଶିକ୍ଷା ମନ୍ଦିରର ମୁଖ୍ଯ ଗୁରୁଜୀ। ଏହି ଆଲୋଚନା ଚକ୍ର, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଆୟୋଜନ କରାଯାଇଥିଲା। ଆଲୋଚନା ଚକ୍ର କୁ ପରିଚାଳନା କରିଥିଲ ଜଟଣୀ ଅଗ୍ନିଶମ ବିଭାଗର ଅଫିସର ଲକ୍ଷୋଣ କୁମାର ବେହେରା, ହାବିଲଦାର ଅଭିମନ୍ୟୁ ପ୍ରଧାନ ଏବଂ ସହୋଯାଗି କନେଷ୍ଟବଳ ମାନେ। ଅଫିସର ଲକ୍ଷୋଣ କୁମାର ବେହେରା ଏବଂ ହାବିଲଦାର ଅଭିମନ୍ୟୁ ପ୍ରଧାନ ନିଜ ନିଜର ଅନୁଭୁତି ଏବଂ ପ୍ରତେକ୍ଷ ଭାବେ କାର୍ଯ୍ଯରେ ନିୟୋଜିତ ହୋଇଥିବା ଜଟିଳ କାର୍ଯ ଗୁଡିକର କିଭଳି ସାମ୍ନା କରିଛନ୍ତି ସେହି ଭଳି ଦୃଷ୍ଟାନ୍ତ ମାନ ଆଲୋଚନାରେ କହିଥିଲେ। ଆହୁରି ମଧ୍ଯ ଶ୍ରୀ ପ୍ରଧାନ ଜଟିଳ ସମସ୍ୟାର ସମାଧାନ କିଭଳି ହୋଇପାରିବ ତାହା ମଧ୍ଯ ଜନ୍ତ୍ର,କଳ ମାଧ୍ୟମରେ ସୁନ୍ଦର ଦୃଷ୍ଟାନ୍ତ ମାନ ପାରଦର୍ଶିତାର ପ୍ରଦର୍ଶନ ଦେଖାଇଥିଲେ। ସେ ସଧାରଣ ଜନତାଙ୍କ ଉଦ୍ଦେଶ୍ୟରେ କହିଥିଲେ ପ୍ରାକୃତିକ ବିପର୍ଯ୍ୟୟ ଅଚାନକ ଆସିଥାଏ, ସେହି ସମୟରେ ଆମେ ଏବଂ ସ୍ବେଛାସେବୀ ମାନେ ପ୍ରଥମେ ସଜାଗ ହୋଇ ମୁକାବିଲାକୁ ସମୁଖୀନ କରିବାକୁ ପଡିବ କାରଣ ସରକାରି କଳ ଆସିବାରେ ବିଳମ୍ବ ହୋଇପାରେ। ଏହି ଭଳି ଅନେକ ସଚେତନ ବାର୍ତ୍ତା ଆଲୋକପାତ କରାଇଥିଲେ।

Leave a Reply

Your email address will not be published. Required fields are marked *