ଆଇଫା ୨୦୨୩: ହ୍ରିତକଙ୍କୁ ବେଷ୍ଟ ଆକ୍ଟର ଆଓ୍ବାର୍ଡ

ମୁମ୍ବାଇ: ବଲିଡଉର ଆଗଧାଡିର ଅଭିନେତା ହେଉଛନ୍ତି ହ୍ରିତିକ ରୋଶନ। ଅଭିନୟର ଯାଦୁରେ ପ୍ରଶଂସକଙ୍କୁ ଦିଓ୍ବାନା କରିଥାଆନ୍ତି ଏହି ଅଭିନେତା। କିଛିଦିନ ହେବ ଏହି ଅଭିନେତା ଲାଇମ ଲାଇଟରେ ଛାଇ ହୋଇ ରହିଛନ୍ତି। ଏହାରି ଭିତରେ ହ୍ରିତିକ ରୋଶନଙ୍କୁ ଆଇଫା ଆଓ୍ବାର୍ଡ ୨୦୨୩ରେ ବେଷ୍ଟ ଆକ୍ଟର ଆଓ୍ବାର୍ଡ ଦିଆଯାଇଛି। ଏହି ଅବସରରେ ଅଭିନେତା ନିଜର ଖୁସି ଜାହିର କରିଛନ୍ତି।

ହ୍ରିତିକ ରୋଶନ ତାଙ୍କ ଚଳଚ୍ଚିତ୍ର ‘ବିକ୍ରମ ବେଧା’ ପାଇଁ ଏହି ପୁରସ୍କାର ପାଇଛନ୍ତି। ଚଳଚ୍ଚିତ୍ରରେ ହ୍ରିତିକ ଦର୍ଶକଙ୍କ ହୃଦୟ ଜିତିବା ପାଇଁ କୌଣସି କମି ଛାଡି ନ ଥିଲେ । ଏହି ଅବସରରେ ହ୍ରିତିକ କହିଛନ୍ତି, ‘ବେଧା’ ମୋ ଭିତରେ ଥିବା ପାଗଳାମିକୁ ଆବିଷ୍କାର କରିବାରେ ସାହାଯ୍ୟ କଲା ଯାହା ମୁଁ ଜାଣି ନ ଥିଲି। ଏଥିପାଇଁ ମୁଁ ୟୁନିଭର୍ସ ଏବଂ ବେଧାକୁ ଧନ୍ୟବାଦ ଦେଉଛି, ଯିଏ ମୋତେ ସେହି ପାଗଳାମିକୁ ଖୋଜିବା ଏବଂ ଏହାକୁ ସମ୍ଭାଳିବାକୁ ଶକ୍ତି ଦେଇଛି।
ନିକଟରେ ଆଇଫା ଆଓ୍ବାର୍ଡ ୨୦୨୩ ଇଭେଣ୍ଟରେ ହ୍ରିତିକ ରୋଶନଙ୍କ ଧମାକେଦାର ଆକ୍ଟ ଦର୍ଶକଙ୍କୁ ପୁଣି ଥରେ ପ୍ରଭାବିତ କରିଥିଲା। ଏହା ସହିତ ହ୍ରିତିକ ପୁରସ୍କାର ଜିତିଥିବାରୁ ଅନେକ ବାଃ ବାଃ ପାଇଥିଲେ। କେତେକ ଦର୍ଶକ ‘ବେଧା’କୁ ତାଙ୍କ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ ବୋଲି ଭାବନ୍ତି । ଏହି ଚଳଚ୍ଚିତ୍ରରେ ହ୍ରିତିକ ଅତ୍ୟନ୍ତ ବିପଜ୍ଜନକ ଏବଂ ଅତ୍ୟନ୍ତ ଆକର୍ଷଣୀୟ ଏବଂ ମନୋରଞ୍ଜନ ମଧ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *