ହୃଦାନନ୍ଦ ମହାପାତ୍ର ସ୍ମୃତି ସମ୍ମାନ ଉତ୍ସବ

*ବିଶିଷ୍ଟ ସଚିବାଳୟରେ କର୍ମଚାରୀ ନେତା ସ୍ବର୍ଗତ ହୃଦାନନ୍ଦ ମହାପାତ୍ର ସ୍ମୃତି ସମ୍ମାନ ଉତ୍ସବ ଅନୁଷ୍ଠିତ

ଆଙ୍କର-ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଉକୁନ୍ଦରା ପଂଚାୟତ ଠାରେ ବିଶିଷ୍ଟ ସଚିବାଳୟରେ କର୍ମଚାରୀ ନେତା ସ୍ବର୍ଗତ ହୃଦାନନ୍ଦ ମହାପାତ୍ର ସ୍ମୃତି ସମ୍ମାନ ଉତ୍ସବ-2025 ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ସମ୍ମାନ ଉତ୍ସବ କମିଟି ର୍ ସଦସ୍ୟ ଚନ୍ଦ୍ର ଶେଖର ଦାସଙ୍କ ନେତୃତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ମାନବାଧିକାର ସଦସ୍ୟ ଅସିତ ଅମିତାଭ, ମୁଖ୍ୟ ବକ୍ତା ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ପୁରଣ ସରପଞ୍ଚ ଯୁଧିଷ୍ଠିର ବେହେରା, ଶ୍ରମିକ ନେତା ଲୋଭାକାନ୍ତ ସ୍ୱାଇଁ ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ସ୍ବର୍ଗତ ହୃଦାନନ୍ଦ ମହାପାତ୍ର ଙ୍କ ସ୍ମୃତି ଚରଣ କରିବା ସହିତ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସଦସ୍ୟ ମାନଙ୍କୁ ସ୍ମୃତି ସମ୍ମାନ 2025 ରେ ସମ୍ମାନୀତ କରିଥିଲେ । ପରେ ବିରିଡି ବ୍ଳକରେ ହାଇସ୍କୁଲ ଓ ଯୁକ୍ତ ଦୁଇ ପରୀକ୍ଷା ରେ ବ୍ଳକର ର ସର୍ବୋଚ୍ଚ ନମ୍ବର ରଖି ଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ନେତୃ ମଣ୍ଡଳୀ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିବା ସହିତ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ସ୍ମୃତି କମିଟି ପକ୍ଷରୁ ସମ୍ମାନୀତ କରାଯାଇଥିଲା । ପରେ ଅତିଥିମାନେ ସ୍ବର୍ଗତ ହୃଦାନନ୍ଦ ମହାପାତ୍ର ଓ ଅବଦାନ ଅତୁଳନୀୟ ବୋଲି କହିବା ସହିତ ତାଙ୍କର ତ୍ୟାଗ ଓ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *