ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ବିରାଟ ଗେଟ।

ଅଳ୍ପ ଦିନରେ ଭାଙ୍ଗିଲା ପାଚେରୀ।ନିମାପଡା ନିମାପଡା ପ୍ରାଥମିକ ଶିକ୍ଷକ ତାଲିମ ପ୍ରତିଷ୍ଠାନ ସମ୍ମୁଖରେ ଏକ ବିରାଟ ଗେଟ ନିର୍ମାଣ କରାଯାଇଛି। ହେଲେ ଏଥିରେ ନାମ ଫଳକ ଲେଖା ଯାଇନାହିଁ। ନିମାପଡାର ଏକ ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନ ହେଉଛି ପ୍ରାଥମିକ ଶିକ୍ଷକ ତାଲିମ ପ୍ରତିଷ୍ଠାନ। ଏହି ପ୍ରତିଷ୍ଠାନ ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରି ସାରିଛି। ଏକ ବିରାଟ ଗେଟ କରାଯାଇଥିବା ବେଳେ ନାମ ଲେଖା ଯାଇନାହିଁ। ପ୍ରତିଷ୍ଠାନର ପାଚେରୀ ଅଳ୍ପ ଦିନ ହେବ ନିର୍ମାଣ ହେଇଥିଲା। ସେ ମଧ୍ୟ ଭାଙ୍ଗିକି ଗଳି ପଡିଛି। ଏହାଛଡ଼ା ପ୍ରତିଷ୍ଠାନର ଆବର୍ଜନା ପାଣି ନିକଟସ୍ତ ପୁର୍ଣ୍ଣେଶ୍ୱରୀ ମନ୍ଦିର ପାଖରେ ଲହଡ଼ି ମାରୁଛି । ଶ୍ରଦ୍ଧାଳୁ ମାନେ ମନ୍ଦିରକୁ ଏହି ପାଣି ମାଡିକି ଯାଉଛନ୍ତି। କୁଢ଼ କୁଢ଼ ଅଳିଆ ଏଠାରେ ପଡି ଜାଗାଟି ସମ୍ପୂର୍ଣ ଭାବେ ପୁତିଗନ୍ଧମୟ ହୋଇ ପଡିଛି। ଦୀପ ତଳ ଅନ୍ଧାର ଭଳି ପୌର ପରିଷଦ କାର୍ଯ୍ୟାଳୟର ନିକଟରେ ଏଭଳି ପରିସ୍ଥିତି ହୋଇଥିବା ବେଳେ ପୌର ପରିଷଦର ଏଥିପ୍ରତି ନିଘା ନାହିଁ। ଏପଟେ ପ୍ରାଥମିକ ଶିକ୍ଷକ ତାଲିମ ପ୍ରତିଷ୍ଠାନ ଆବର୍ଜନା ପାଣିକୁ ଡ୍ରେନରେ ଛାଡିଲା ଭଳି ରାସ୍ତାକୁ ଛାଡିଛନ୍ତି। ଅନୁଷ୍ଠାନର ଏପରି ବେପରୁଆ ମନୋଭାବ ପାଇଁ ଅସ୍ୱାସ୍ଥ୍ୟକର ପରିବେଶ ହୋଇ ପଡିଛି ଏହି ସ୍ଥାନଟି। ତେବେ ପୌର ପରିଷଦ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *