ଅପରେସନ ‘ସିନ୍ଦୂର’ର ସଫଳତାକୁ ନେଇ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ବରିହାପୁର – ବସୋଇ ରାସ୍ତା ର ଶିଳାନ୍ୟାସ ଓ ଅପରେସନ ‘ସିନ୍ଦୂର’ର ସଫଳତାକୁ ନେଇ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା।
ପରଜଙ୍ଗ ବ୍ଲକର ବାରିହପୁର ଠାରୁ ବସୋଇ ଦେଇ ସାନ୍ଦା ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ଉର୍ନତ୍ତି କରଣ ସକାଶେ ଭିତ୍ତି ପ୍ରସ୍ତର ବସୋଇ ଗ୍ରାମର ଗୋଠସାହି ଛକ ଠାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିର୍ନ୍ନ ଉର୍ନ୍ନୟନ ମୂଳକ କାର୍ଯ୍ୟ ଧାରା ସଂପର୍କରେ ଆଲୋକପାତ କରି ପରଜଙ୍ଗରେ ଟ୍ରିପଲ ଇଂଜିନ କାର୍ଯ୍ୟ କରୁଥିବାର ସୂଚନା ଦେଇ ରାସ୍ତାର ଉର୍ନ୍ନତି ହେଲେ ଗମନା ଗମନରେ ସହାୟକ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ l ବିଧାୟକ ବିଭୁତି ଭୂଷଣ ପ୍ରଧାନ ଯୋଗଦେଇ ଏହି ରାସ୍ତା ସଂପୂର୍ଣ୍ଣ ହେଲେ ଜାତୀୟ ରଜପଥ ସହିତ ଯୋଗାଯୋଗ ରେ ସହାୟକ ହେବା ଏବଂ ଆଗାମୀ ଦିନରେ ଜନହିତକର କାର୍ଯ୍ୟ ତ୍ୱରାନ୍ୱିତ ହେବା ସଂପର୍କରେ ସୂଚନା ଦେଇଥିଲେ l ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ କୁମାର ନାୟକ ୮ କୋଟି ୫୯ ଲକ୍ଷ୍ୟ ବ୍ୟୟ ବରାଦରେ ବାରିହାପୁର ଠାରୁ ବସୋଇ କଙ୍କିଳି ଦେଇ ସାନ୍ଦା ପର୍ଯ୍ୟନ୍ତ ୫. ୫୭0 ରାସ୍ତା ଟି ଓସାରିଆ ରାସ୍ତାରେ ପରିଣତ ହେବା ସହିତ ଆଗାମୀ ୬ ମାସ. ମଧ୍ୟରେ ସଂପର୍ଣ୍ଣ ହେବ ବୋଲି ସୂଚନା ଦେଇଥିଲେ l ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସେଠିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା ହୋଉଥିଲା l ପରେ ଗ୍ରାମର କରଗିଲ ସହିଦ ଯବାନ ଅବନୀ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସେଠାରୁ -ଅପରେସନ୍ ‘ସିନ୍ଦୂର’ର ପରାକ୍ରମ ଶୋଭାଯାତ୍ରା ଆରମ୍ଭ ହୋଇଥିଲା l ଏହି ବିଶାଳ ଶୋଭାଯାତ୍ରା ବସୋଇ ଗ୍ରାମରୁ ବାହାରି ମୁକ୍ତାପସି ଦେଇ ଜାତୀୟ ରାଜପଥରେ ଯାଇ ବାରିହାପୁର ଦେଇ ପାଇଜଙ୍ଗ ଗ୍ରାମରେ ଥିବା ସ୍ୱାଧୀନତା ସଂଗ୍ରାମୀ ମହେଶ ଚନ୍ଦ୍ର ସୁବହୂ ସିଂ ଙ୍କ ପୀଠରେ ପହଞ୍ଚିଥିଲା l ସେଠାରେ ସଂଗ୍ରାମୀ ମହେଶ ଚନ୍ଦ୍ର ସୁବାହୁ ସିଂ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରାସବିହାରୀ ବେହେରା,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ଉପାଦକ୍ଷା ଯଶସ୍ୱିନୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *