ଜଟଣୀ କୋର୍ଟ ପରିସରରେ ଏଚ ଆର୍ ଡି ସଙ୍ଗଠନ ତରଫରୁ ମାନପତ୍ର ପ୍ରଦାନ।

ବିଶ୍ବ ମାନବାଧିକାର ଦିବସ ପାଳିତ ହୋଇଯାଇଛି ଜଟଣୀ ସହରରେ ଥିବା କୋର୍ଟ ପରିସରରେ ଏହି ଅବସରରେ ବାପା ମାଆ ସେବା ଶ୍ରମର ସଭାପତି ମହୋଦୟା ଶ୍ରୀମତୀ ଜ୍ୟୋତି ମହାରଣା ଙ୍କର ସହିତ ଶିକ୍ଷକ କିଶୋର କୁମାର ସୁବୁଦ୍ଧିଙ୍କ ସହୋଯାଗରେ ଜଟଣୀର ସ୍ବେଛାସେବୀ ସମାଜସେବୀ, ପୋଲିସ ଅଧିକାରି, ସାମ୍ବାଦିକ, ସ୍କୁଲ,କଲେଜର ଛାତ୍ର, ଛାତ୍ରୀ ଓ ସେବାକାରୀ ଭଉଣୀ ମାନଙ୍କୁ ମାନପତ୍ର ଏବଂ ଉତ୍ତରୀ ମାଧ୍ୟମରେ ସମ୍ମାନିତ କରାଯାଇଥିଲା। ଏଚ୍ ଆର୍ ଡି ସଙ୍ଗଠନ ପକ୍ଷରୁ ମାନପତ୍ର ଉପଢୌକନ ପ୍ରଦାନ କରାଯାଇଥିଲା। ଏଥିରେ ଭାଗ ନେଇଥିଲେ ଜଟଣୀ କୋର୍ଟର ଆଇନଜୀବୀ ସମାଜସେବୀ ମହୋଦୟ ଉପସଭାପତି ଶ୍ରୀ ଯୁକ୍ତ ଅକ୍ଷାଂଶୁ ଶେଖର ନାୟକ ମହୋଦୟ, ରାଜ୍ୟ ସମ୍ପାଦକ ବାସୁଦେବ ସେଠୀ, ସନ୍ତୋଷି ଜାଲି, ହବିବୁର ରେହେମାନ, ଗୀତାଞ୍ଜଳି ସେଠୀ ପ୍ରମୁଖ ସହୋଯାଗ କରି ମାନବାଧିକାର ଦିବସକୁ ସାଫଲ୍ଯ ମଣ୍ଡିତ କରିଥିଲେ।