ସଡ଼କ ଦୁର୍ଘଟଣାଗ୍ରସ୍ଥ ବିଶ୍ଵମ୍ବର ଭାଇଙ୍କୁ ସହଯୋଗର ହାତ ବଢାଇଲେ ମାନବସେବା ସଂଗଠନ ଭଦ୍ରକ ପରିବାର
![](https://teerthkhetra.com/wp-content/uploads/2021/07/WhatsApp-Image-2021-07-13-at-9.57.46-AM-1.jpeg)
ଭଦ୍ରକ-୧୩।୭: ମାନବ ସେବା ସଂଗଠନ ଭଦ୍ରକ ପବିତ୍ର ଘୋଷଯାତ୍ରାରେ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ???ଆଜି ଭଳି ପବିତ୍ର ଦିନରେ MSS ପରିବାର ଏକ ନିଆଁରା ଢଙ୍ଗରେ ସେବା ଯୋଗାଇଛନ୍ତି ,ଏହି ମହାମାରୀ କରୋନା କାଳରେ ଗରିବ, ଅସହାୟ ପରିବାର ପାଖରେ ପହଁଞ୍ଚି ଥିଲୁ,…..ଗ୍ରାମ -ସରିଫପୁର, ଭଗୀବିନ୍ଧା, ବାରିକପୁର, ଭଦ୍ରକ ନିବାସୀ ନାମ -ବିଶ୍ୱମ୍ବର ଦାସ ଙ୍କ ଘରେ.. ଯିଏ କି କିଛି ମାସ ତଳେ ଏକ ସଡ଼କ ଦୁର୍ଘଟଣାରେ ଶିକାର ହୋଇ ତାଙ୍କର ଗୋଡ଼ ଟି ଅଚଳ ହୋଇଯାଇଛି।ଯାହା ହଉ ପ୍ରଭୁଙ୍କ କୃପାରୁ ସେ ଏବେ ଟିକେ ସୁସ୍ଥ ଅଛନ୍ତି।ଆଗକୁ ସର୍ମ୍ପୁଣ ଭଲ ହୋଇ ନିଜ ଗୋଡ଼ ରେ ଛିଡ଼ା ହୁଅନ୍ତୁ ଏତିକି ପାର୍ଥନା।ଘରେ ସେ କେବଳ ରୋଜଗାର କରୁଥିଲେ ଏବେ ଆଉ ସେ ବିଛଣାରୁ ଉଠି ପାରୁ ନାହାନ୍ତି।ଆଜି ଆମ ପରିବାର ସକ୍ଷମ ଅନୁସାରେ କିଛି ଖାଦ୍ୟ ସାମଗ୍ରୀ ଦେବା ସହ ସାହାସ ଦେଲୁ ଗୋଟେ ମାତ୍ର ପୁଅ ଟି ଏବେ +୨ ପଢ଼ିବା ତାର ପଢା ଖର୍ଚ୍ଚ ବହନ କରିବାକୁ ଚେଷ୍ଟା କରିବୁ।ଆଜି ଶୁଭ ଦିନ ରେ ଆମ ପରିବାର ସଦସ୍ୟ ସେବା ରୂପ ରେ ପ୍ରଭୁ ଜଗନ୍ନାଥ ଙ୍କୁ ସମର୍ପିତ କରିଥିଲେ।