ମା’ଶାଙ୍କୁଳାଇ ପୀଠରେ ବିଜେପିରେ ମିଶିଲେ ଶତାଧିକ ବିଜେଡି କର୍ମକର୍ତ୍ତା

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ନିକଟସ୍ଥ ମା’ଶାଙ୍କୁଳାଇଙ୍କ ପୀଠରେ ବିଜେପି ପକ୍ଷରୁ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ବରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ମହାନ୍ତି,ଜିଲ୍ଲା ସାଧାରଣ ସମ୍ପାଦକ ନୀଳମାଧବ ପାତ୍ର,ଯୂବ ମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ,ଉପସଭାପତି ଅଯୋଧ୍ୟା ମହାପାତ୍ର,ବିନାୟକ ତ୍ରିପାଠୀ,ହରିକୃଷ୍ନ ସାହୁ,ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ,ଅଜୟ ଷଡଙ୍ଗୀ ଏବଂ ରାମଚନ୍ଦ୍ର ଗୌଡ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ପରିପ୍ରେକ୍ଷୀରେ ବାଲିପଦର ଜୋନ୍ ଅନ୍ତର୍ଗତ ସାତଗୋଟି ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ବିଜେଡି ପ୍ରତି ବିତୃଷ୍ଣା ମନୋଭାବରେ ଦଳ ତ୍ୟାଗ କରି ବିଜେପିରେ ସାମିଲ୍ ହୋଇଛନ୍ତି । ସେଥିମଧ୍ୟରେ ବାଲିପଦର ଜୋନ୍ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସେଠୀ,ରାଜଲକ୍ଷ୍ମୀ ଭୋଳ,ଅନ୍ତରପଡା ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ଭୋଳ,ପୂର୍ବତନ ସରପଞ୍ଚ ଶାନ୍ତନୁ ନାୟକ,ମହେନ୍ଦ୍ର ପଣ୍ଡା,ପୂର୍ବତନ ନାଏବ ସରପଞ୍ଚ ଅଭିମନ୍ୟୁ ରାଉତ ଏବଂ ନାଏବ ସରପଞ୍ଚ ରାଜେନ୍ଦ୍ର ନାୟକ ପ୍ରମୁଖ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ହଜାରରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ କର୍ମୀମାନେ କାର୍ଯ୍ୟକ୍ରମରେ ରୁଣ୍ଡ ହୋଇ ସଫଳ କରିଥିଲେ ।

ରିପୋର୍ଟ- ତ୍ରିଲୋଚନ ପଣ୍ଡା, ଗଞ୍ଜାମ।

Leave a Reply

Your email address will not be published. Required fields are marked *