ଖରାଗାଁ ସେବା ସମବାୟ ସମିତି ପକ୍ଷରୁ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ କଲେ ଶତାଧିକ ଚାଷୀ

ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଅଚ୍ୟୁତପୁର ପଞ୍ଚାୟତରେ ଥିବା ଖରାଗାଁ ସେବା ସମବାୟ ସମିତିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଚାଷୀମାନେ ଆଣିଛନ୍ତି ଅଭିଯୋଗ। ସମବାୟ ସମିତି ସମ୍ପାଦକ ଓ ହିମାଦ୍ରୀ ମିଲରଙ୍କ ମଧୁଚନ୍ଦ୍ରିକାରେ ବଳି ପଡୁଛନ୍ତି ଚାଷୀ। ଧାନ କ୍ରୟ ପାଇଁ ସମ୍ପାଦକ ମଣ୍ଡି ନଖୋଲି ଚାଷୀଙ୍କୁ ସିଧାସଳଖ ମିଲରେ ଧାନ ପକାଇବା ପାଇଁ ବାଧ୍ୟ କରୁଛନ୍ତି। ଯାହା ଫଳରେ ଚାଷୀମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାଦ୍ଵାରା ମିଲର ଚାଷୀ ମାନଙ୍କଠାରୁ ଧାନ କୁଇଣ୍ଟାଲ ପିଛା ୬ କେଜି କାଟ କରି ଧାନ ରଖୁଛନ୍ତି। ଖାଲି ସେତିକି ନୁହେଁ ଚାଷୀମାନେ ଦିନେ, ଦୁଇଦିନ ମିଲ ସମୁଖରେ ନଖାଇ ନପିଇ ଅପେକ୍ଷା କରିବା ସହିତ ସମ୍ପାଦକ କେତେକ ଚାଷୀଙ୍କଠାରୁ ଉତ୍କୋଚ ନେଇ କମ୍ ଜମି ଥିବା ଚାଷୀକୁ ଅଧିକ ପରିମାଣରେ ଟୋକନ ଦେଉଥିବା ବେଳେ ଅଧିକ ଜମିଥିବା ଚାଷୀଙ୍କୁ କମ ପରିମାଣ ଟୋକାର ଟୋକନ ଦେଉଥିବା ନେଇ ଚାଷୀମାନେ ମଧ୍ଯ ଅଭିଯୋଗ କରିଛନ୍ତି। ସମବାୟ ସମିତିର କାର୍ଯ୍ୟାଳୟ ସମ୍ମୁଖରେ ସରକାରଙ୍କ ନିୟମ ଅନୁସାରେ ଧାନ କ୍ରୟ ସମ୍ବଧିୟ ସୁଚନା ଫଳକ ଫ୍ଲେକ୍ସ ବ୍ୟାନର ଆଦି ନଥିବା ବେଳେ ଚାଷୀ ମାନେ ଧାନ କ୍ରୟ ପରେ ଆଖି ସ୍କାନ କରିବା ପାଇଁ ଅଫିସ କୁ ନଡାକି ୫ କି.ମି ଦୁରରେ ଥିବା ଘରୋଇ ଏକ ଦୋକାନକୁ ଯିବାକୁ ଡାକୁଛନ୍ତି। ତୁରନ୍ତ ପୁରୀ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ଚାଷୀମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ଖରାଗାଁର ଚାଷୀ ।କୋଣାର୍କ ରୁ ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *