ପୁରୀ ବେଳାଭୂମିରେ ପଡିରହିଛି ଶହ ଶହ ଜେଲି ଫିସ

ପୁରୀ ବେଳାଭୂମିରେ ପଡିରହିଛି ଶହ ଶହ ଜେଲି ଫିସ ।କଲବଲ ହେଉଛନ୍ତି ପର୍ଯ୍ୟଟକ। ପୁରୀ ଦିଗବାରେଣି ବେଳାଭୂମିଠାରୁ ଆରମ୍ଭ କରି ବଳିଆପୁରୀ ବେଳାଭୂମିରେ ପଡିରହିଛି ଶହ ଶହ ଜେଲି ଫିସ ।ପଣ୍ଡା ପର୍ଯ୍ୟନ୍ତ ବେଳାଭୁମିରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ।ଯାହା ଫଳରେ ବେଳାଭୂମିକୁ ଆସୁଥିବା ଅନେକ ପର୍ଯ୍ୟଟକ ଚଳ ପ୍ରଚଳ କରିବାକୁ ହଇରାଣ ହରକତ ହେଉଛନ୍ତି ।ତେବେ ଏହି ଜେଲି ଫିସ ସାଧାରଣତଃ ବିଷାକ୍ତ ହୋଇଥିବା ବେଳେ ଏହାର ସଂସ୍ପର୍ଶରେ ଆସି ଆହତ ହେବାର ଆଶଙ୍କା ଥାଏ ।ଆଜି ମଧ୍ୟ ଜଣେ ଏହାର ସଂସ୍ପର୍ଶରେ ଆସି ଆହତ ହେବାସହ ସମୁଦ୍ରରେ ଭାସିଯିବାର ଦେଖାଦେଇଥିଲା ଯାହାକୁ ଉଦ୍ଧାର କରାଯାଇ ଚିକିତ୍ସିତ କରାଯାଉଛି ।ତେବେ ତାଙ୍କ ନାମ ଠିକଣାର ସୂଚନା ଏଯାବତ ମିଳିନାହିଁ ବୋଲି ପୁରୀ ବେଳାଭୂମି ଫାୟାର ଡିଭିଜନ ଅଧିକାରୀ ଧନଞ୍ଜୟ ମଲ୍ଲିକ ସୂଚନା ଦେଇଛନ୍ତି ।ତେବେ ଆଜି ପୁରୀରେ ଉଚ୍ଚ ଉଚ୍ଚ ଜୁଆର ରହିଛି ଏବଂ ପବନର ବେଗ ମଧ୍ୟ ଜୋର ରହିଛି ।ଧୂଳିଝଡ଼ ମଧ୍ୟ ସାମାନ୍ୟ ଦେଖାଯାଇଛି ।ତେବେ ଜେଲି ଫିସ ସାଧରଣତଃ ପବନର ଦ୍ରୁତ ବେଗ କିମ୍ବା ବାତ୍ୟା ପ୍ରଭାବରୁ ବେଳାଭୁମିରେ ଦେଖିବାକୁ ମିଳୁଥିବା ବେଳେ ଆଜି ପାଗ ପରିବର୍ତ୍ତନ ହୋଇଥିବା ଯୋଗୁଁ ପବନ ପ୍ରଭାବରେ ଏଭଳି ଘଟିଥିବାର ଆଶଙ୍କା କରାଯାଇଛି ।ତେବେ ପର୍ଯ୍ୟଟକ ମାନେ ଏଭଳି ଜେଲି ଫିସ ଦେଖିଲେ ନଛୁଇଁଵା ଭଲ ବୋଲି ଅନେକ ସମୟରେ ପରାମର୍ଶ ଦିଅନ୍ତି ବିଶେଷଜ୍ଞ ।