ଶତାଧିକ ମହିଳାଙ୍କ ମଦ ବିରୋଧୀ ଅଭିଯାନ

ଜଗତସିଂହପୁର – ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଅନ୍ତର୍ଗତ ଉତ୍ତରଶାସନ ପଂଚାୟତରେ ଶତାଧିକ ମହିଳାଙ୍କ ପକ୍ଷରୁ ମଦ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି । ଆଜି ସକାଳୁ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର ଶତପଥୀ ଙ୍କ ନେତୃତ୍ୱରେ ଶତାଧିକ ମହିଳା ଏକତ୍ରିତ ହୋଇ ମଦ ବିରୋଧୀ ଅଭିଯାନ ରେ ସାମିଲ ହେବା ସହିତ ଏକ ସଚେତନତା ରାଲି କରିଥିଲେ । ଉତ୍ତରଶାସନ ପଂଚାୟତ ରେ ଚୋରା ମଦ ବିକ୍ରି ଦିନକୁ ଦିନ ବୃଦ୍ଧି ପାଉଛି । ଯାହାଦ୍ୱାରା ଅନେକ ଯୁବକ ମାନେ ନିଶାଶକ୍ତ ଅବସ୍ଥାରେ ରହିବା ସହିତ ମହିଳା ମାନେ ବାହାରକୁ ବାହାରିବା କଷ୍ଟକର ହୋଇ ପଡୁଛି । ଏହା ସହିତ ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ଯୁବକ ମାନେ ପଥ ଭ୍ରଷ୍ଟ ହେଉଛନ୍ତି । ଏପରିକି ଅନେକ ଦିନ ମଜୁରିଆ ମାନେ ଏହି ନିଶା ଖାଇବା ସହିତ ନିଜ ଘରେ ଓ ପରିବାରରେ ଅତ୍ୟାଚାର କରୁଛନ୍ତି । ତେଣୁ ଚୋରା ମଦ କାରବାର କୁ ରୋକିବା ପାଇଁ ଆଜିର ଏହି ମହିଳା ମାନଙ୍କ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ମଧ୍ୟ ସାମିଲ ହୋଇଛନ୍ତି । ଏ ବାବଦରେ ଅବକାରୀ ବିଭାଗ ଓ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ଦିଆଯାଇ ଥିଲେ ମଧ୍ୟ କୋଣସି ପ୍ରତିକାର କରାଯାଇନାହିଁ । ତେବେ ଆଗାମୀ ଦିନରେ ଯଦି ପଂଚାୟତ ରେ ଚୋରା ମଦ ବ୍ୟବସାୟ ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆନ୍ଦୋଳନ କାରୀ ମାନେ ଚେତାବନୀ ଦେଇଛନ୍ତି ।
ରିପୋର୍ଟ – ରୀତା ସାହୁ, ଜଗତସିଂହପୁର।