ସ୍ତ୍ରୀର ଚରିତ୍ର କୁ ସନ୍ଦେହ କରି ସ୍ୱାମୀ କଲା ଛୁରା ମାଡ଼

ଧରାକୋଟ:-୧୪/୧୧ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁର ପନ୍ଦରା ସାହି ରେ ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ଆହତ। ଗୁରୁତର ଅବସ୍ଥାରେ ଆସିକା ମେଡିକାଲ ଭର୍ତ୍ତି କରିଛି ପୋଲିସ। ପାରିବାରିକ କଳହ କୁ ନେଇ ଗତ କାଲି ବିଳମ୍ବିତ ରାତ୍ର ରେ ଘଟିଛି ଏପରି ଘଟଣା। ଆହତ ୩୨ ବର୍ଷୀୟ ଲିଟିଲ ପାଣିଗ୍ରାହୀ ଆସିକା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏପଟେ ସ୍ଵାମୀଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ଗତକାଲି ବିଳମ୍ବିତ ରାତିରେ ଲିଟିଲ ଓ ତାଙ୍କ ସ୍ବାମୀ ଙ୍କ ମଧ୍ୟରେ କଳହ ହୋଇଥିଲା। ସ୍ତ୍ରୀର ଚରିତ୍ର କୁ ସନ୍ଦେହ କରି ଏପରି ହୋଇଥିବା ପୋଲିସ ଦ୍ୱାରା ସୂଚନା ମିଳିଛି। ଶେଷରେ ସ୍ୱାମୀ ଜଣକ ଉତକ୍ଷିପ୍ତ ହୋଇ ଲିଟିଲି କୁ ଛୁରୀ ରେ ପେଟ ଓ ହାତକୁ ଆଘାତ କରିଥିଲେ। ଲିଟିଲି ଙ୍କ ଚିତ୍କାର ଶୁଣି ପଡୋଶୀ ପହଁଚି ତାଙ୍କୁ ଉଦ୍ଧାର କରି ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଁଚି ଲିଟିଲିକୁ ମେଡିକାଲ କୁ ନେବାସହ ସ୍ଵାମୀକୁ ଧରାକୋଟ ଥାନାରେ ଅଟକ ରଖିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଧରାକୋଟ ଥାନା ରେ ଏ ସଂକ୍ରାନ୍ତ ରେ କେହି ଅଭିଯୋଗ କରି ନଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *