ପଡିଆଟି ଛାଡି ଦେଲି

ପଡିଆଟି ଛାଡି ଦେଲି
ଯେଉଁ ପଡିଆରେ ଖେଳୁଥିଲି ଖେଳ
ଆସିଲ ଦେଖି ମୋ ଖେଳ
ଦେଖୁ ଦେଖୁ ଖେଳ ହୋଇ ଆକର୍ଷିତ
ଶିଖିବାକୁ ମନ କଲ  |
ଜାଣି ନ ପାରିଲି ତୁମ ଖଳ ନୀତି
ପଡିଆକୁ ସାଥେ ନେଲି
ସବୁ କଉଶଳ ଆଉ ବୁଦ୍ଧିବଳ
ଭଲ ଭାବି ଶିଖାଇଲି ।
ଶିଖିଗଲା ପରେ ତୁମେ ଧିରେଧିରେ
ପଡିଆରେ ଗଲ ପଶି
ଏମିତି ଖେଳନ୍ତି ଜାଣି ଯାଇ ତୁମେ
ମନେ କେତେ ହେଲ ଖୁସି  ।
ମାରିଲ ଏକରୁ ଦୁଇ ତିନି  ଚାରି
ପରେ ମାରି ଦେଲ ଛକା
ଦକ୍ଷତା ହେବାରୁ ନିଷ୍ପତ୍ତି କରିଲ
ତଡିବାକୁ ମୋତେ ପକ୍କା |
ତଡିବା ଆଗରୁ ଜାଣି ତୁମ ଖଳ
ପଡ଼ିଆଟା  ଛାଡ଼ି ଦେଲି
ଏବେ ସେଠି ତୁମେ ଖେଳା ଖେଳି କର
ମୁଁ ବିଦାୟ ସେଠୁ ନେଲି ।
କେତେ ଯେ ପଡିଆ ରହିଛି ଦୁନିଆ
ସବୁଠି ଖେଳିବି ମୁହିଁ
କଥା ଦେଇ କଥା ରଖିଛି ହେ ବନ୍ଧୁ
ଜାଣି ପାରୁନ କି ସେହି ।
ହେଉ ଅପରାହ୍ଣ ସକାଳ କି ରାତି
ଆଉ ଫିଙ୍ଗୁ ନାହିଁ ବଲ
ଖେଳୁଥାଅ ଏବେ ଯେତେ ଖେଳ ବନ୍ଧୁ
ଦେଖାଇ ତୁମ ଅକଲ |
ଏଦୁନିଆ ପରା ସ୍ୱାର୍ଥପର ବୋଲି
କହନ୍ତି ଅଭିଜ୍ଞ ଲୋକ
କିଏ ବା ସେଥିରୁ ବାଦ ପଡିବ
ମେଣ୍ଟିଗଲା ପରେ ଭୋକ ।

ଦୀନବନ୍ଧୁ ପୋଇ
ଗୋରଡା ପାଳ
କରିମୂଳ, ଢେଙ୍କାନାଳ ,

Leave a Reply

Your email address will not be published. Required fields are marked *