ଆଇସକ୍ରିମ ଷ୍ଟିକ ଆର୍ଟ

ଚଳିତବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ।ଏହା ପୂର୍ବରୁ ପୁରୀର ଯୁବଶିଳ୍ପୀ ମହାପ୍ରଭୁଙ୍କ ବିଭିନ୍ନ ଚିତ୍ର ଓ ମୂର୍ତ୍ତି ଆଙ୍କି ଭକ୍ତଙ୍କ ଉଦ୍ଧେଶ୍ୟରେ ସମର୍ପଣ କରୁଛନ୍ତି।ଏଭଳି ଆଉ ଜଣେ ଯୁବଶିଳ୍ପୀ ହେଉଛନ୍ତି ପୁରୀ ମରିଚିକୋଟ ଲେନର ସୁସ୍ମିତା ମହାରଣା।ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିର୍ମାଣ କରି ଭକ୍ତଙ୍କ ପାଇଁ ଉତ୍ସର୍ଗ କରିଛନ୍ତି।୩୨ଇଞ୍ଚ ଉଚ୍ଚତା ଓ ୨୪ଇଞ୍ଚ ଚଉଡା ବିଶିଷ୍ଟ ଏହି କଳାକୃତି ତିଆରି ପାଇଁ ଶିଳ୍ପୀ ସୁସ୍ମିତାଙ୍କୁ ୭ଦିନ ସମୟ ଲାଗିଥିଲା।ଆଜି ସେ ଏହି କଳାକୃତି ସହ ବଡଦାଣ୍ଡରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିକଟରେ ପ୍ରଦର୍ଶନ କରିଥିଲେ।ଅଦରକାରୀ ଆଇସକ୍ରିମ କାଠିରେ ପ୍ରସ୍ତୁତ ହୋଇଥିବା ଏହି କଳାକୃତି ବେଶ ସୁନ୍ଦର ଓ ଆକର୍ଷଣୀୟ ହୋଇପାରିଛି।ଏହି କଳାକୃତି ଦେଖିବା ପାଇଁ ରଥ ନିକଟରେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିଲା।