ଆଇଆଇଟି ଭୁବନେଶ୍ୱରରେ ପାୱାର ଡିଭାଇସ୍ ଏବଂ ପାୱାର ଇଲେକ୍ଟ୍ରୋନିକ୍ସ ଉପରେ କର୍ମଶାଳା ଆୟୋଜିତ

ଆଇଆଇଟି ଭୁବନେଶ୍ୱରରେ ପାୱାର ଡିଭାଇସ୍ ଏବଂ ପାୱାର ଇଲେକ୍ଟ୍ରୋନିକ୍ସ ଉପରେ କର୍ମଶାଳା ଆୟୋଜିତଜଟଣୀ, ୭ ଫେବୃଆରୀ ୨୦୨୫: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ୬ ଫେବୃଆରୀ ୨୦୨୫ ରେ ‘ପାୱାର ଡିଭାଇସେସ ଏବଂ ପାୱାର ଇଲେକ୍ଟ୍ରୋନିକ୍ସ’ ଉପରେ ଏକ ଦିନିକିଆ କର୍ମଶାଳା ଆୟୋଜନ କରିଥିଲା। ଏହି କର୍ମଶାଳାରେ ଡିଜାଇନ୍ ଠାରୁ ଡିଭାଇସ୍ ଏବଂ ପ୍ୟାକେଜିଂ ଏବଂ ସିଷ୍ଟମ ପର୍ଯ୍ୟନ୍ତ ପାୱାର ଇଲେକ୍ଟ୍ରୋନିକ୍ସରେ ଭାରତକୁ ତଳୁ ଉପରକୁ ଗଢି ତୋଳିବା ପାଇଁ ଆବଶ୍ୟକ ପରବର୍ତ୍ତୀ ପିଢ଼ିର ଗବେଷଣା, କର୍ମଶକ୍ତି ଏବଂ ଯୋଗାଣ-ଶୃଙ୍ଖଳ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା, ଯାହା ଦ୍ଵାରା ଉନ୍ନତ ଦେଶ ଏବଂ ଭାରତ ମଧ୍ୟରେ ଉତ୍ପାଦନ ବ୍ୟବଧାନ ପୂରଣ କରାଯାଇପାରିବ। ଏହି କର୍ମଶାଳା ଶିଳ୍ପ-ଶିକ୍ଷା ସହଯୋଗ ଏବଂ ମାନବଶକ୍ତି ତାଲିମକୁ ପ୍ରୋତ୍ସାହିତ କରିବା ପାଇଁ ୧୨ ଟି ରଣନୈତିକ ଗବେଷଣା କ୍ଷେତ୍ରରେ ଶିଳ୍ପ ସହ-ବିକାଶ କେନ୍ଦ୍ର (ଆଇସିସି) ପ୍ରତିଷ୍ଠା କରିବା ପାଇଁ ଜାତୀୟ ସ୍ତରୀୟ ପ୍ରୟାସର ଏକ ଅଂଶ ଥିଲା। ଆଇଆଇଟି ଭୁବନେଶ୍ୱର ପାୱାର ଡିଭାଇସ୍ସ ଉପରେ ଆଇସିସି ପାଇଁ ପ୍ରସ୍ତାବର ନେତୃତ୍ୱ ନେଉଛି ଏବଂ ଆଇଆଇଟି ବମ୍ବେ ପାୱାର ଇଲେକ୍ଟ୍ରୋନିକ୍ସ ଉପରେ ଆଇସିସି ର ନେତୃତ୍ୱ ନେଉଛି। ଆଇଆଇଟି ଭୁବନେଶ୍ୱରରେ ଆୟୋଜିତ କର୍ମଶାଳା ଏହି ଦୁଇଟି ଆଇସିସି ପାଇଁ ଏକ ମିଳିତ ପ୍ରୟାସ ଥିଲା, ଯେଉଁଥିରେ ଶିଳ୍ପ ଏବଂ ଶିକ୍ଷାବିତଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ତଥା ଆଇସିସିର ପାୱାର ଡିଭାଇସ୍ସ ଉପରେ ପରାମର୍ଶଦାତା ପ୍ରଫେସର ଶ୍ରୀପଦ କରମାଲକର ଏବଂ ଭାରତ ସରକାରଙ୍କ ସେମିକଣ୍ଡକ୍ଟର ମିଶନର ପରାମର୍ଶଦାତା ଏବଂ ଜର୍ଜିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଏମିରିଟସ୍ ପ୍ରଫେସର ପ୍ରଫେସର ରାଓ ତୁମମାଲା ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଉଦଘାଟନୀ ଭାଷଣରେ, ପ୍ରଫେସର କରମାଲକର ଶିଳ୍ପ-ଶିକ୍ଷାକ୍ଷେତ୍ର ସହଯୋଗ, ଉଦ୍ୟୋଗୀତା ବି ଉଃକାଶ ଏବଂ ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟା ଏବଂ ଚିପ୍ ଡିଜାଇନରେ ଆଇଆଇଟି ଭୁବନେଶ୍ୱରର ଦକ୍ଷତା ବିଷୟରେ ସୂଚାଇଥିଲେ। “ଏହି କର୍ମଶାଳା ପାୱାର ଡ

Leave a Reply

Your email address will not be published. Required fields are marked *