ଚ଼ିଲିକା ବିକାଶ ଓ ଉନ୍ନୟନ ପରିଷଦ ପକ୍ଷରୁ ବୁଦ୍ଧିଜୀବି ସମ୍ମିଳନୀ ଓ ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ

ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ର ବାଲୁଗାଁ ଅଶୋକ ନଗର ସ୍ଥିତ ଉମାମହେଶ୍ବର ବଣିକ ସଂଘ ଠାରେ ଚ଼ିଲିକା ବିକାଶ ଓ ଉନ୍ନୟନ ପରିଷଦ ପକ୍ଷରୁ ବୁଦ୍ଧିଜୀବି ସମ୍ମିଳନୀ ଓ ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଥିଲା।ଆଲୋଚ଼୍ୟ ବିଷୟ “ବିକଶିତ ଭାରତର ନିର୍ମାଣରେ ଆମ ଅଞ୍ଚଳର ଭୂମିକା ଓ ଯୋଗଦାନ”। ଏହି ଆଲୋଚ଼ନା ଚ଼କ୍ର ରେ ମୁଖ୍ୟ ଅତିଥି ଭାବେ ଆମ ଅଞ୍ଚଳର ଗୌରବ, ଅସ୍ମିତା ର ପରିଚ଼ୟ ତଥା ଛତିଶଗଡ଼ର ମହାମହିମ ରାଜ୍ୟପାଳ ପୂଜନୀୟ ଶ୍ରୀ ବିଶ୍ବଭୂଷଣ ହରିଚ଼ନ୍ଦନ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ।

ତତ୍ ସହିତ ତାଙ୍କ ଧର୍ମପତ୍ନୀ ପୂଜନୀୟା ଶ୍ରୀମତୀ ସୁପ୍ରଭା ହରିଚ଼ନ୍ଦନ, ବିଶିଷ୍ଟ ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରଫେସର ଡ଼ଃ ବିଜୟାନନ୍ଦ ସିଂହ, ଭାରତୀୟ ପର୍ଯ୍ୟଟନ ନିଗମ ର ଅଧ୍ୟକ୍ଷ ଡ଼ାଃ ସମ୍ବିତ ପାତ୍ର, ବିଶିଷ୍ଟ କବି ତଥା ସାହିତ୍ୟିକ ଶ୍ରୀ ସଂଗ୍ରାମ କେଶରୀ ସାହୁ, କୋଚ଼ିନ ସିପ ୟାର୍ଡ଼ ର ନିର୍ଦ୍ଦେଶକ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଚ଼ିଲିକା ବିକାଶ ଓ ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ସଂପାଦକ ଶ୍ରୀ ରଞ୍ଜିତ ବଡ଼ଜେନା ପ୍ରମୁଖ ଉପସ୍ଥିତ ରହି ନିଜର ଅଭିଭାଷଣ ରଖିଥିଲେ।ଏହି ସମ୍ମିଳନୀରେ ବହୁ ବୁଦ୍ଧିଜୀବୀ ଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ।