ହେଲିପ୍ୟାଡ ସମ୍ମୁଖରେ ସରକାରୀ ଜମି ହଡ଼ପ କରି ବେଆଇନ୍ ନିର୍ମାଣ

କୋଣାର୍କ ଚନ୍ଦ୍ରଭାଗା ରାସ୍ତାର ହେଲିପ୍ୟାଡ ସମ୍ମୁଖରେ ସରକାରୀ ଜମି ହଡ଼ପ କରି ବେଆଇନ୍ ନିର୍ମାଣ କରାଯାଉଥିବା ବେଳେ ଅଭିଯୋଗ ପରେ ବି ଚୁପ୍ ବସିଛି ପ୍ରଶାସନ। ଏଥିପାଇଁ କୁଜି ନେତା ସାଜିଛନ୍ତି ଦଲାଲ୍।ସୁଚନା ଅନୁଯାୟୀ ଚନ୍ଦ୍ରଭାଗା ରାସ୍ତାର ବାଲୁଖଣ୍ଡ ଅଭୟାରଣ୍ୟ କଡ଼ରେ ଥିବା ସରକାରୀ ଜମିକୁ ଉପମୂଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳ ଦେଇଛନ୍ତି କେହି ପ୍ରଥମେ ପାଲ ଟାଣି ଜବରଦଖଲ କରି ପରବର୍ତ୍ତୀ ସମୟରେ ନିର୍ମାଣ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାରଙ୍କ ରାଜ୍ୱସ ବିଭାଗ ଓ ବନ ବିଭାଗ ସବୁ ଜାଣି ଚୁପ ବସିଛି। ବୋଧହୁଏ ଲକ୍ଷାଧିକ ଟଙ୍କା କାରବାର ହୋଇଥିବା ଅନୁମାନ କରାଯାଉଛି। ଇକୋ ସେନ୍ସିଟିଭ ଜୋନ୍ ଓ ହେଲିପ୍ୟାଡ୍ ଫ୍ଲାଇଙ୍ଗ ଜୋନ୍ ରେ ବେଆଇନ୍ ନିର୍ମାଣ କାର୍ଯ୍ୟ ଚାଲୁଥିଲେ ମଧ୍ଯ ସ୍ଥାନୀୟ ତହସିଲଦାର ଓ ବନଖଣ୍ଡ ଅଧିକାରୀ ଚୁପ୍ ରହିଛନ୍ତି। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୁଆଡେ ଜମି ଯୋଗାଇ ଦେଇଛନ୍ତି ବୋଲି ଜବରଦଖଲ କରିଥିବା ବ୍ୟକ୍ତି ମାନେ ଲୋକଙ୍କୁ ଭୁଆଁ ବୁଲାଇ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଏନେଇ ସ୍ଥାନିୟ ରାଜ୍ଵସ ନିରୀକ୍ଷକ କୁଅଁର ମୁର୍ମୁ ଓ ତହସିଲଦାର ଅନିଲ କୁମାର ମହାନ୍ତିଙ୍କୁ ପଚାରିଲେ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଉ ନାହାଁନ୍ତି। ଜମି ହଡ଼ପ କରିବାକୁ କୋଣାର୍କର କେତେକ କୁଜି ନେତା ସହଯୋଗ କରୁଥିବା ଚର୍ଚ୍ଚା ହେଉଛି। ପାଲ ଟାଣି ଜବରଦଖଲ ପରେ ବାଲି ଓ ମାଟି ଚୋରା ଚାଲାଣ କରି ପୋତିଲେ। ପରେ ବେଆଇନ୍ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଏଥିରେ କୋଣାର୍କ ପର୍ଯ୍ୟଟନ କାର୍ଯ୍ୟଳୟରେ ଝାଡୁଦାର ଭାବେ କାର୍ଯ୍ୟ କରୁଥିବା ଜୈନିକ ବ୍ୟକ୍ତି ସେଠାରେ ରହି କାର୍ଯ୍ୟ ତଦାରଖ କରୁଛନ୍ତି।

ଏନେଇ ଖବର ପ୍ରକାଶ ସହ ମୂଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି ପୋର୍ଟାଲ ରେ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହା ଫଳରେ ସେଠାରେ ଜଙ୍ଗଲ ନଷ୍ଟ କରାଯିବା ସହିତ ବେଆଇନ୍ ଭାବେ ନିର୍ମାଣ କରି ହଡ଼ପ ଚାଲିଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମେତ ରାଜ୍ଵସ ମନ୍ତ୍ରୀ ସୁରେଶ୍ ପୂଜାରୀ ଓ ଜଙ୍ଗଲ ପରିବେଶ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବେଶବିତ୍ ମାନେ ଦାବି କରିଛନ୍ତି। ନଚେତ୍ ଦିନକୁ ଦିନ ଅବାଧ୍ୟ ଭାବେ ବେଆଇନ୍ ଜମି ଜବରଦଖଲ ବଢ଼ି ଚାଲିବ। ରାଜ୍ୟ ସରକାର ସରକାରୀ ଜମି ଜବରଦଖଲ କାରୀଙ୍କ ଉପରେ କଡା ନିୟମ ଆଣିଥିବା ବେଳେ ସ୍ଥାନୀୟ ପ୍ରଶାସନ ସରକାରୀ ଜମି ହଡପ କାରୀଙ୍କୁ ସହଯୋଗ କରୁଛନ୍ତି। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ଲୋକ ମାନେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି।