ଚାଲିଛି ବେଆଇନ ଜୁଆ ଆଡ୍ଡା ପୋଲିସ ଚୁପ୍

ବାଲେଶ୍ଵର – ଚାଲୁଛି ଜୁଆଖେଳ ଦେଖୁଛି ପୋଲିସ।ଜୁଆକୁ ସୁରକ୍ଷା ଦେଉଛି ପୋଲିସ। ଚନ୍ଦନ ପୂର୍ଣ୍ଣିମା ଉପଲକ୍ଷେ ଆଜିକୁ ପାଞ୍ଚ ଦିନ ଧରି ମେଳା ଭିତରେ ଚାଲିଛି ଜୁଆ ଖେଳ ସବୁ ଦେଖୁଛି ପୋଲିସ୍। ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ଗ୍ରାମପଞ୍ଚାୟତ ସୁବର୍ଣ୍ଣରେଖା ନଦୀ ଠାରେ ଚନ୍ଦନ ପୂର୍ଣ୍ଣିମା ମେଳା ହେଉଥିବା ବେଳେ ଆଜକୁ ପ୍ରାୟ ପାଞ୍ଚଦିନ ଧରି ଖୋଲମ୍ ଖୋଲା ଭାବରେ ଜୁଆ ଖେଳ ଚାଲିଛି। ତେବେ ବାଲିଆପାଳ ପୋଲିସ ର ଜାଣତରେ ଏହି ବେ ଆଇନ୍ ଜୁଆ ଖେଳ ହେଉ ଥିବା ଅଭିଯୋଗ ହେଉଛି। ସୂଚନା ଯୋଗ୍ୟ ଯେ ଗତ ୩ ତାରିଖରେ ଚନ୍ଦନ ପୂର୍ଣ୍ଣିମା ମେଳା ଅନୁଷ୍ଠିତ ହୋଇଥିଲା।ଆଉ ସେହି ମେଳାର ବିଭିନ୍ନ ସ୍ଥାନରେ ଅବାଧରେ ରାତି ୮ଟାରୁ ସକାଳୁ ୬ଟା ପର୍ଯ୍ୟନ୍ତ ଜୁଆ ପାଲି ଚାଲୁଅଛି।ସେପଟେ ନିର୍ଭୟରେ ଖେଳ ଚାଲିବା ପାଇଁ ପୋଲିସ୍ ମୋଟା ଅଙ୍କର ଅର୍ଥ ନେଇଛି ବୋଲି ଲୋକ ମାନେ ଅଭିଯୋଗ କରୁଛନ୍ତି। ଏଠାରେ ଯେମିତି ଜୁଆ ଖେଳ ଏକ କୁଟୀର ଶିଳ୍ପ ଭାବରେ ଗଢିଉଠିଛି। ମେଳାରେ ଦୁଇଟି ସ୍ଥାନରେ ଜୁଆ ଖେଳ ଅବାଧରେ ଚାଲୁଥିବା ସହିତ ବାଲିଆପାଳ ପୋଲିସ୍ ସେଠାରେ ଦେଖି ମଧ୍ୟ ନଦେଖିବାର ଅଭିନୟ କରୁଛନ୍ତି।
ବାଲିଆପାଳ ଥାନା କୁ ମାତ୍ର 3 କିଲୋମିଟର ଦୂରରେ ଏଭଳି ଖୁଲମଖୁଲା ଜୁଆଖେଳ ଚାଲିଥିଲା ବେଳେ ବାଲିଆପାଳ ଅଧିକାରୀଙ୍କ ନିରବତାକୁ ନେଇ ସ୍ଥାନୀୟ ଅଂଚଳର ଚର୍ଚ୍ଚାର ବିଷୟ ସାଜିଛି !ଜୁଆଡିମାନେ ପୋଲିସକୁ ଖୁଲମଖୁଲା ଚେଲେଞ୍ଚ ଦେଇ ଜୁଆ ଖେଳୁଥିବା ଦେଖିବାକୁ ମିଳୁଛି । ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନକୁ ନେଇ ପୋଲିସର କାର୍ଯ୍ୟଉପରେ ସନ୍ଦେହ ସୃଷ୍ଟି ହୋଇଛି ! ଅନ୍ୟ ପଟେ ଏହି ଜୋଆ ଖେଳୁଥିବା ଅସାମାଜିକ ଯୁବକ ମଦ୍ୟପାନ କରିବା ସହିତ ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି।ଫଳରେ ମହିଳା ଓ ଭଦ୍ରଲୋକ ମାନେ ଏହି ମେଳାକୁ ଯିବାକୁ ଭୟ କରୁଛନ୍ତି। ତେଣୁ ବାଲେଶ୍ବର ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେବା ସହ ତୁରନ୍ତ ବେଆଇନ୍ ଜୁଆ ଆଡ୍ଡା କୁ ବନ୍ଦ୍ ପାଇଁ ସାଧାରଣରେ ଦାବି ହେଉଛି
ରିପୋର୍ଟ- ବିଷ୍ଣୁପଦ ପତି, ବସ୍ତା।