ବେଆଇନ୍ ଇଟାଭାଟି ନେଇ ଅଭିଯୋଗ କଲେ ଗ୍ରାମବାସୀ


କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ସୁଆର ଗ୍ରାମରେ ଜଣେ ବ୍ୟକ୍ତି ଗ୍ରାମ ଜଙ୍ଗଲ ଜାଗା ବ୍ୟବହାର କରି ବେଆଇନ୍ ଇଟାଭାଟି କରି ବିକ୍ରି କରିବା ସହ ପରିବେଶ ପ୍ରଦୂଷଣ କରୁଥିବା ନେଇ କେତେକ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଜନ ଶୁଣାଣି ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ଗୁରୁବାର ମଧ୍ୟାହ୍ନରେ ପୁରୀ ଜିଲ୍ଲା ଖଣିଜ ଅଧିକାରୀ ଓ କାକଟପୁର ତହସିଲଦାର ଘଟଣା ସ୍ଥଳରେ ପହଁଚି ତଦନ୍ତ କରିଥିବା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ ମାନେ ଦୃଢ଼ ପଦକ୍ଷେପ ନେବାକୁ ସରକାରଙ୍କୁ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି

Leave a Reply

Your email address will not be published. Required fields are marked *