ଜାଗା ଘର ଖୋଲା ସ୍ଥାନର ଉନ୍ନତି କରଣ
![](https://teerthkhetra.com/wp-content/uploads/2023/01/improvement-of-the-open-space-of-the-house.jpg)
ପୁରୀ ୧୮/୧- ପୁରୀ ସହରର ୮ ଗୋଟି ଜାଗା ଘରର ଖୋଲା ସ୍ଥାନ ବା ଓପନ ସ୍ପେଶ ର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପ୍ରାୟ ୨ କୋଟି ଟଙ୍କା ବିନିମୟରେ ମୁକ୍ତା ଯୋଜନା ରେ ପୁରୀ ପୌରପାଳିକା ପକ୍ଷରୁ କରାଯାଇଛି।ଏହାକୁ ଜାଗା ଘରର ସଭାପତି ଓ ସମ୍ପାଦକ ମାନେ ଉଦଘାଟନ କରିଥିଲେ। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଜିଲ୍ଲାପାଳ ସମର୍ଥ ବର୍ମା ଏଥିରେ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା ଏକ ଊଲ୍ଲେଖନୀୟ ଯୋଜନା ଓ ଏଥିରେ ପୁରୀ ରେ ଯେଉଁ ବିକାଶ ଘଟୁଛି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଥିଲେ।ଏହି ଉନ୍ନତି କରଣର ରକ୍ଷଣାବେକ୍ଷଣ ସ୍ଥାନୀୟ ବାସିନ୍ଦା ଓ ଜାଗା ସଦସ୍ୟ ଙ୍କ ର ଦାୟିତ୍ୱ ହେବା ଉଚିତ ବୋଲି ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ।
ଏହି ୮ ଟି ଜାଗା ଘର ନୃସିଂହ ବଲ୍ଲଭ ଜାଗା, ଜମନଗଡ ଜାଗା, ଢିପ ଜାଗା, ତାପଙ୍ଗ ଜାଗା, ନିଯୋଗ ଜାଗା ବାବାଜୀ ପୋଖରୀ, ବାରବାଟୀ ଜାଗା, ହନୁମାନ ଆଖଡା ଜାଗା ଓ ହିଞଳା ଜାଗା ବୋଲି ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ସୂଚନା ଦେବା ସହ ବିଭିନ୍ନ ଜାଗା ଘର ଖୋଲା ସ୍ଥାନ କୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ମାଧ୍ୟମରେ ବିକଶିତ କରାଯାଇଛି ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ତଥା ଏନଫୋର୍ସମେଣ୍ଟ ଅଧିକାରୀ ରାକେଶ କୁମାର ପଣ୍ଡା, ବରିଷ୍ଠ ସେବାୟତ ମାଧବ ଚନ୍ଦ୍ର ପୂଜାପଣ୍ଡା,ଅନ୍ୟାନ୍ୟ ବରିଷ୍ଠ ସେବାୟତ ଗଣ ଓ ପୌରପାଳିକା ର ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।