୨୦୨୪ରେ ମୋଦି ତୃତୀୟ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ, ଭାଜପା ଜିତିବ ୩୦୦ରୁ ଅଧିକ ଆସନ: ଶାହା

ଗୁଆହାଟୀ,୧୧।୪ : ଆସାମର ଦିବ୍ରୁଗଡରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ଆସାମର ୧୪ଟି ସିଟ ମଧ୍ୟରୁ ଭାଜପା ୧୨ଟି ଜିତିବ। ଏଥିସହ ଭାଜପା ଦେଶରେ ୩୦୦ରୁ ଅଧିକ ସିଟ ଦଖଲ କରିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ।

ସଂଗଠନ ଆଧାରରେ ଭାଜପା ଏକ ବଡ଼ ଦଳ। ବର୍ତ୍ତମାନ ଉତ୍ତର ପୂର୍ବର ୩ ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏହି ତିନୋଟି ରାଜ୍ୟରେ ଭାଜପା ସରକାରରେ ରହିଛି। ଉତ୍ତର ପୂର୍ବର ଆଠଟି ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏନଡିଏ ସରକାର ଅଛି ଏବଂ ଏହି କାରଣରୁ ଉତ୍ତର ପୂର୍ବର ବିକାଶ ଘଟିଛି ବୋଲି ଶାହା କହିଛନ୍ତି।

Leave a Reply

Your email address will not be published. Required fields are marked *