ମହାସମାରୋହରେ ପୁରୀରେ ଆୟୋଜିତ ବିଜେଡି ରୌପ୍ୟ ଜୟନ୍ତୀ ଉତ୍ସବ

ବିଜେଡି କେବଳ ରାଜନୈତିକ ଦଳ କିମ୍ବା ଜଣେ ଦୁଇଜଣଙ୍କ ଉପରେ ନିର୍ଭର ଶୀଳ ଦଳ ନୁହେଁ। ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। କେବଳ ୨୫ ବର୍ଷ ନୁହେଁ ଆଗାମୀ ୫୦ ଏପରିକି ୧୦୦ ବର୍ଷ ପାଇଁ ଦଳ ରାଜ୍ୟ ପାଇଁ କାମ କରିବ ବୋଲି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ଠାରେ ଆୟୋଜିତ ବିଜେଡି ରୌପ୍ୟ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏଭଳି ବାର୍ତ୍ତା ଦେଇଛନ୍ତି। ବିଜେଡି ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟର ପ୍ରମୁଖ ନେତୃବୃନ୍ଦ, ଛାମୁଆ ସଂଗଠନ, ମନ୍ତ୍ରୀ, ସାଂସଦ ଓ ପ୍ରାୟ 50ହଜାର ରୁ ଉର୍ଦ୍ଧ ଦଳୀୟ କର୍ମକର୍ତା ଏହି ସମାରୋହରେ ସାମିଲ ହୋଇଥିଲେ। ଓଡିଶାର ସ୍ୱାର୍ଥ, ସ୍ୱାଭିମାନ, ପରମ୍ପରା ଓ ବିଜୁ ବାବୁ ଙ୍କୁ ଆଦର୍ଶ କୁ ରକ୍ଷା କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ନାରୀ ସଶକ୍ତି କରଣ, କୃଷି, ପ୍ରଭୁତି କ୍ଷେତ୍ର ରେ ଓଡିଶା ର ପ୍ରଗତି ଦିଗରେ କାର୍ଯ୍ୟ କରିବାକୁ ଦଳର ଅନ୍ୟ ନେତୃବୃନ୍ଦ ମାନେ ଆହ୍ବାନ ଦେଇଛନ୍ତି।
ବିଜେଡି ପାଇଁ ଥିଲା ଆଜି ଏକ ଐତିହାସିକ ମୁହୁର୍ତ୍ତ। ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ରରେ ବିଜେଡି ମହାସମାରୋହରେ ପାଳନ କରିଛି ରୋପ୍ୟ ଜୟନ୍ତୀ ଉତ୍ସବ। ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୫୦ ହଜାରରୁ ଉର୍ଦ୍ଧ୍ଵ ନେତା ଓ କର୍ମୀ ଏହି ଉତ୍ସବରେ ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦଳୀୟ ନେତା ଓ କର୍ମୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ। ବିଜେଡି ଏବେ ଜଣେ ଦୁଇଜଣଙ୍କ ଉପରେ ନିର୍ଭର କରୁଥିବା ଦଳ ନୁହେଁ ବରଂ ଏହା ଏକ ବଡ ଜନ ଆନ୍ଦୋଳନର ରୂପ ନେଇଛି। କେବଳ ୨୫ ବର୍ଷ ପୂର୍ତ୍ତି ନୁହେଁ ଆଗାମୀ ୫୦ ଏପରିକି ୧୦୦ ବର୍ଷ ପାଇଁ ଦଳ ରାଜ୍ୟ ପାଇଁ କାମ କରିବ ବୋଲି ବାର୍ତ୍ତା ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ।ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେଡି ୨୫ ବର୍ଷ ଧରି ଦେଇଥିବା ସେବା ର ସ୍ମୁତି ଚାରଣ କରିଥିଲେ। ରାଜ୍ୟ ର ସ୍ୱାର୍ଥ ସ୍ୱାଭିମାନ, ସଂସ୍କୃତି, ପରାମ୍ପରା ସହ ବିଜୁ ବାବୁ ଙ୍କୁ ଆଦର୍ଶ କୁ ପାଳନ କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ l ନାରୀ ସଶକ୍ତି କରଣ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସହ ରାଜ୍ୟ ର ସର୍ବାଙ୍ଗୀନ ଉର୍ନତି ପାଇଁ ବିଜେଡି ର ନେତା ଓ କର୍ମୀ ମାନେ କାମ କରନ୍ତୁ ବୋଲି ଏହି ପରାମର୍ଶ ଦେଇଥିଲେ l
ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ୧୨ଟା ରେ ପୁରୀ ତାଳବଣିଆ ହେଲିପ୍ୟାଡ଼ ଠାରେ ପହଂଚିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ସଭାସ୍ଥଳ କୁ ପାଛୋଟି ନିଆଯାଇଥିଲା। ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ଦେବୀପ୍ରସାଦ ମିଶ୍ରଙ୍କ ସହ ଦଳର ଛାମୁଆଁ ସଂଗଠନର ପ୍ରମୁଖ ପ୍ରମିଳା ମଲ୍ଲିକ, ସୁଦାମ ମାରାଣ୍ଡି ଓ ପ୍ରଣବ ପ୍ରକାଶ ଦାସ ମଞ୍ଚାସୀନ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଆସିବା ପୂର୍ବରୁ ବିଜେଡିର ବରିଷ୍ଠ ନେତୃବୃନ୍ଦ ମାନେ ବିଜେଡି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବା ସହ ରାଜ୍ୟର ବୃହତର ସ୍ବାର୍ଥ ପାଇଁ ଦଳର କର୍ମକର୍ତ୍ତା ଓ ନେତାମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ପୁରୀ ତାଳବଣିଆ ଠାରେ ଆୟୋଜିତ ଏହି ମହାସମାବେଶରେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ନେତୃ ବୃନ୍ଦ, ଛାମୁଆ ସଂଗଠନର ମୁଖ୍ୟ, ମନ୍ତ୍ରୀ ଓ ସାଂସଦ ତ୍ରିସ୍ତରୀୟ ପଂଚାୟତରାଜ ବ୍ୟବସ୍ତାର ସମସ୍ତ ନିର୍ବାଚିତ କର୍ମକର୍ତ୍ତା, ଜିଲ୍ଲା ଓ ବ୍ଲକର କର୍ମକର୍ତ୍ତା ଓ କର୍ମୀ ମାନେ ଯୋଗ ଦେଇଥିଲେ।
ରୌପ୍ୟ ଜୟନ୍ତୀ ପାଳନ ଅବସରରେ ପୁରୀରେ ରାଜ୍ୟର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ସମସ୍ତ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରର ନେତା ଓ କର୍ମକର୍ତ୍ତାମାନଙ୍କୁ ଦେଖିବାକୁ ମିଳିଥିଲା। ଆଗାମୀ ୨୦୨୪ ରେ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ନେତା ଓ କର୍ମୀମାନେ ଏହି ଦିବସକୁ ଉତ୍ସାହର ସହ ମହାସମାରୋହରେ ଏହାକୁ ପାଳନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ କର୍ମୀଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ୨୫ ପ୍ଲାଟୁନ ଫୋର୍ସ ସହ ୧୦୦ ରୁ ଉର୍ଦ୍ଧ୍ବ ଅଧିକାରୀ ମୁତୟନ ହୋଇଥିଲେ।