ଭଦ୍ରକ ସହର ରେ ଚୋରି ଡକାୟତି ବୃଦ୍ଧି ହେବାରେ ଲାଗିଛି ପ୍ରଶାସନ ନିରବ

ଲୁଟର ସହର ପାଲଟିଛି ଭଦ୍ରକ, ସୁରକ୍ଷିତ ନୁହନ୍ତି ଜନସାଧାରଣ।। ସନ୍ଧ୍ୟା ସମୟରେ ଲୁଟ କରିବାକୁ ଉଦ୍ୟମ।। ଅଳ୍ପକେ ବର୍ତ୍ତିଲେ ମହିଳା ଜଣକ।।ଥାନାରେ ଅଭିଯୋଗ ପରେ ପୋଲିସ ନୀରବ ରେ ବସିଥିବା ଜଣାପଡିଛି, ପ୍ରତିଦିନ ଚୋରୀ ଲୁଟ ର ଶିକାର ହେଉଛନ୍ତି ସାଧାରଣ ଲୋକ ,ଚରମ୍ପା ସ୍ଥିତ ୧ ଓ୍ବାର୍ଡ ର ସୋରଜ କୁମାର ବାରିକ ଙ୍କ ଘରେ କିଛି ଦୁର୍ବୃତ୍ତ ରାତ୍ରି ୯ ଘଟିକା ସମୟ ରେ କବାଟ ଭାଙ୍ଗି ଘରଭିତରକୁ ଜୋରଜବରଦସ୍ତ ପଶୁ ଥିବା ସମୟ ରେ ଘରର ମୁରବି ଲୋକ ଅଟକାଇ ବାରୁ ଭୁଜାଲି ଦୁର୍ବୁତ୍ତ ମାନେ ଆକ୍ରମଣ କରିଥିଲେ ଗ୍ରାମ ର ଲୋକ ଆସିଥିବାରୁ ଦୁର୍ବୁତ୍ତ ଦୌଡି ପଳାଇଯାଇଥିଲେ ଏ ବିଷୟ ଟାଉନ ଥାନା ରେ ଅବଗତ କରାଯାଇଥିଲା କିନ୍ତୁ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ବୋଲି ଗ୍ରାମ ର ବୃଦ୍ଧ ଯିବି ଆଲୋଚନା କରୁଛନ୍ତିି
punilkumar Samanta reporter