କନ୍ଧମାଳ ଜିଲ୍ଲା ରେ ପୁଣି ମାଓବାଦୀ ଙ୍କ ପୋଲିସ ଙ୍କୁ ଖୋଲା ଚ୍ୟାଲେଞ୍ଜ

କନ୍ଧମାଳ ଜିଲ୍ଲା ରେ ପୁଣି ମାଓବାଦୀ ଙ୍କ ପୋଲିସ ଙ୍କୁ ଖୋଲା ଚ୍ୟାଲେଞ୍ଜ ଦାରିଙ୍ଗବାଡ଼ି ଥାନା ଓ କୋଟଗଡ଼ ଥାନା ଅଞ୍ଚଳରେ ଏକାଧିକ ସ୍ଥାନରେ ମାଓବାଦୀ ଙ୍କ ତରଫରୁ ଲାଲ ବ୍ୟାନର ପୋଷ୍ଟର ଲଗାଯାଇଛି l ୫୯ନଂ ଜାତୀୟ ରାଜପଥ ର ସିମନବାଡ଼ି ଟୋଲଗେଟ ନିକଟ ରେ ଓ ବୁଡ଼ାଗୁଡ଼ା ଛକ ରେ ଏବଂ କୋଟଗଡ଼ ଥାନା ଅଞ୍ଚଳ ର ବଣ୍ଡା ପିପିଲି ଅଞ୍ଚଳରେ ୧୨ଦଫା ଦାବି ନେଇ ଆସନ୍ତା କାଲି ମେ୧୫ ତାରିଖରେ ୭ଜିଲ୍ଲା ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ ୭ଜିଲ୍ଲା ମଧ୍ୟରେ କନ୍ଧମାଳ ଗଜପତି ଗଞ୍ଜାମ ରାୟଗଡ଼ା ବୌଦ୍ଧ କଳାହାଣ୍ଡି ନୟାଗଡ଼ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ ସଙ୍ଗଠନ l

ଦୁଇ ଦିନ ତଳେ ଫିରିଙ୍ଗିଆ ଥାନା ଅଞ୍ଚଳରେ ସୁମେର ବନ୍ଧ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଙ୍କୁ ମାଓବାଦୀ ମାନେ ଘରୁ ଡାକିନେଇ ଗୁଳି କରି ହତ୍ୟା କରିଥିବା ବେଳେ ଗତ କାଲି ରାଜ୍ୟ ପୋଲିସ ମହା ନିର୍ଦେଶକ ସୁନୀଲ ବଂଶଲ ଙ୍କ ସହିତ ସହିତ ଗୁଇନ୍ଦା ବିଭାଗ ନିର୍ଦେଶକ ସଂଜୀବ ପଣ୍ଡା, IG ଅପେରସନ ଅମିତାଭ ଠାକୁର,ଦକ୍ଷିଣାଞ୍ଚଳ IG ସତ୍ୟବ୍ରତ ଭୋଇ,CRPF Commander ସଂଜୀବ କୁମାର, BSF IG ଦୀନେଶ କୁମାର ଶର୍ମା ପଭଳି ରାଜ୍ୟର ୫ବରିଷ୍ଠ ପୋଲିସ ଅଧିକାରୀ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ CRPF ଓ BSF ବୁଲିବା ସହିତ ମାଓବାଦୀ ଙ୍କ ଗତିବିଧି ର ସମୀକ୍ଷା କରି ଫେରିଥିବା ବେଳେ ଆଜି ମାଓବାଦୀ ମାନେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଲାଲ ବ୍ୟାନର ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରି ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି l

ଅନ୍ୟପକ୍ଷରେ କିଛି ବର୍ଷ ହେବ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ମାଓବାଦୀ ଙ୍କ ତରଫରୁ ବ୍ୟାନର ପୋଷ୍ଟର ଲାଗି ନଥିବା ବେଳେ ବର୍ତ୍ତମାନ ପୁଣି ଥରେ ଅଞ୍ଚଳରେ ମାଓବାଦୀଙ୍କ ବ୍ୟାନର ପୋଷ୍ଟର ଦେଖି ଲୋକେ ଭୟଭୀତ ହୋଇ ରହିଛନ୍ତି l

Leave a Reply

Your email address will not be published. Required fields are marked *