ଶେରଗଡ଼ ବ୍ଲକ ରେ ମିଶନ ଶକ୍ତି ଦ୍ଵାରା ବ୍ୟାଙ୍କ ଋଣ ଓ ସୁଧ ର ଫେରସ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଶେରଗଡ଼ ବ୍ଲକ ରେ ମିଶନ ଶକ୍ତି ଦ୍ଵାରା ବ୍ୟାଙ୍କ ଋଣ ଓ ସୁଧ ର ଫେରସ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।ଆଜି ଶେରଗଡ଼ ବ୍ଲକ ପରିସରରେ ମିଶନ ଶକ୍ତି ଦ୍ଵାରା ବ୍ୟାଙ୍କ ଋଣ ଓ ସୁଧ ର ଫେରସ୍ତ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅଟିଥି ଭାବରେ ଶେରଗଡ଼ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଶିବାଶିଷ ବରାଳ , ରାଜ୍ୟ ମମତା ଯୋଜନା ର ଉପଦେଷ୍ଟା ସବିତା ରାଣୀ ଚୌଧୁରୀ, ଏବିଦିଓ ସୁଧାଂଶୁ ଶେଖର ତରାଇ, ସିଦିପିଓ ଗୀତା ରାଣୀ ରାଉଳ, ଆଇସିଦିସ ସୁପରବାଇଜର ଏ ବାସନ୍ତୀ ବିପିସି ମିଶନ ଶକ୍ତି ଝିଲି କୁମାରୀ ପ୍ରଧାନ, ବିପିଏମ୍ ଓଏଲମ ବନିତା ରାଣୀ ସାହୁ, ବିଏଲଫ ସଭାପତି ଭାଗ୍ୟଲକ୍ଷ୍ମି ସାହୁ ଯୋଗ ଦେଇଥିଲେ। ମିଶନ ଶକ୍ତି ଦ୍ଵାରା ବ୍ଲକ ର ସମସ୍ତ ସ୍ଵୟସହାୟକ୍ ଗୋଷ୍ଠୀ କିପରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ସ୍ବାବଲମ୍ବୀ କରିପାରିବେ ଓ ଋଣ ନେଇ କିପରି ଋଣ ପରିଶୋଧ କରିବେ ତା ଉପରେ ଅତିଥି ମାନେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ମିଶନ ଶକ୍ତି କୁ ଅଧିକ ସଶକ୍ତିକରଣ ଓ କ୍ରିୟାଶୀଳ କରି ମହିଳା ମାନଙ୍କର ଦକ୍ଷତା ବୃଦ୍ଧି ସହ ଆର୍ଥିକ ଅଭିବୃଦ୍ଧି ସକାଶେ ପ୍ରତି ଗ୍ରୁପ କୁ ବିନା ସୁଧରେ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ପାଇବା ସହ ସୁଧ ରିହାତି ର ସୁଯୋଗ ନେବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଋଣ ନେବା ଓ ଋଣ ଆଦାୟ ବ୍ୟବସ୍ଥା ର ସୁଦୃଢ଼ୀକରଣ ପାଇଁ ପ୍ରତି ପଞ୍ଚାୟତ ରେ ବ୍ୟାଙ୍କ୍ ଶାଖା ଖୋଲିବାର ଏହି କର୍ଯ୍ୟକ୍ରମ ରେ ସୂଚନା ଦିଆଯାଇଥିଲା। ଏହା ଦ୍ବାରା ମିଶନ ଶକ୍ତି ଦ୍ଵାରା ମହିଳା ମାନେ ଛେଳି, କୁକୁଡ଼ା ମାଛ, ଫୁଲ ଚାଷ, ଆଚାର, ବଢ଼ି ପାମ୍ପଡ, ସିଲେଇ କେନ୍ଦ୍ର, ବିଉଟି ପାର୍ଲର ସହ ଧାନ ମଣ୍ଡି ଏପରି ଅନେକ କାରବାର କରି ନିଜର ଆର୍ଥିକ ଅଭିବୃଦ୍ଧି ସହ ସ୍ବାବଲମ୍ବୀ ହୋଇପାରିବେ ବୋଲି ଅତିଥି ମାନେ ପରାମର୍ଶ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ୧୦୦ ଗ୍ରୁପ ର ସଭାପତି ଓ ସମ୍ପାଦିକା ମାନେ ଉପସ୍ଥିତ ଥିଲେ।