ଶ୍ରାବଣ ମାସରେ ଲୋକନାଥ ମନ୍ଦିରରେ ଜଳ ଲାଗି ବ୍ୟବସ୍ଥା ବୈଠକ ଅନୁଷ୍ଠିତ

ପୁରୀ ୫/୭- ଲୋକନାଥ ମନ୍ଦିର ରେ ଶ୍ରାବଣ ମାସରେ କାଉଡ଼ିଆ ମାନେ ଜଳ ଲାଗି ବ୍ୟବସ୍ଥା କୁ ଶୃଙ୍ଖଳିତ କରିବା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା।ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁ ଅଧ୍ୟକ୍ଷତା କରିବା ସହ ଚଳିତ ବର୍ଷ ପଞ୍ଜିକା ଅନୁସାରେ ଯୋଡ଼ା ଶ୍ରାବଣ ପଡୁଥିବାରୁ ସେ ସମ୍ପର୍କରେ ଆଲୋଚନା କରିଥିଲେ।ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ହେଲା ଯେ ଜୁଲାଇ ମାସର ୧୦ ଓ ୧୭ ତାରିଖ ଏବଂ ଅଗଷ୍ଟ ମାସର ୨୧ ଓ ୨୮ ତାରିଖ ଜଳ ଲାଗି ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ସଚେତନ କରାଯିବ।ଶ୍ରଦ୍ଧାଳୁ ମାନେ ଏହି ୪ ଦିନ ଲୋକନାଥ ମନ୍ଦିର ରେ ଜଳ ଲାଗି କରି ପାରିବେ।ଏହି ସମୟରେ ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା, ଶୃଙ୍ଖଳିତ ଭାବେ ଧାଡ଼ି ରେ ରହି ଜଳ ଲାଗି ବ୍ୟବସ୍ଥା,ଟ୍ରାଫିକ ନିୟନ୍ତ୍ରଣ,ପୌରପାଳିକା ପକ୍ଷରୁ ପରିସ୍କାର ପରିଛନ୍ନ ଓ ସ୍ୱଛତା ବ୍ୟବସ୍ଥା,ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା, ଟି ପି ସି ଓ ଡି ଏଲ ପକ୍ଷରୁ ବିଦ୍ୟୁତ ବ୍ୟବସ୍ଥା କରିଯିବ।ଏହି ବୈଠକରେ ସି ଟି ଡିଏସପି କେ କେ ହରିପ୍ରସାଦ,ପୂର୍ତ୍ତ ବିଭାଗ ଏସ ଡି ଓ ବିନୋଦ ବଗର୍ତ୍ତି,ଅନ୍ୟାନ୍ୟ ଅଧିକାରୀ, ଲୋକନାଥ ମନ୍ଦିର ର ପୂଜକ,ସେବାୟତ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।