ଓଡ଼ିଶାରେ ୫ଜି ଟେଲିକମ୍ ସେବାର ଶୁଭାରମ୍ଭ

ଭୁବନେଶ୍ୱର : ଓଡ଼ିଶାରେ ୫ଜି ଟେଲିକମ୍ ସେବା ଉଦଘାଟିତ ହୋଇଛି। ଏଥିଲାଗି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ଏବଂ ଦୂରସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ଓଡ଼ିଶାରେ ୫ଜି ଟେଲିକମ୍ ସେବାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ସୂଚନା । ଓଡିଶାରେ ପୁନରୁଜ୍ଜିବୀତ ହେବ ବିଏସଏନଏଲ । ଏଥିପାଇଁ ଖର୍ଚ୍ଚ ହେବ ୧ଲକ୍ଷ ୬୪ ହଜାର କୋଟି ଟଙ୍କା । ବିଏସଏନଏଲକୁ ପୁନରୁଜ୍ଜିବୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତା କରୁଛନ୍ତି ।

୨୦୧୪ରେ ଟେଲିକମ୍ ଡିପାର୍ଟମେଂଟ କଲ୍ ଡ୍ରପ ସାମ୍ନା କରୁଥିଲେ । ଗୋଟିଏ ମିନିଟ୍ ପ୍ରତି ଦାମ ୨୦ ଟଙ୍କା ଥିଲା । ଏବେ ଫ୍ରି । ଡାଟା ବିଜନେସ୍ ଚାଲିଛି । ୫ଜି ସ୍ପକ୍ଟ୍ରମ୍ ବିକିକି ୧ ଲକ୍ଷ ୬୦ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇପାରୁଛି । ବିଏସଏନଏଲ୍ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା ନିବେଶ ହୋଇଛି, ପୁର୍ନଜୀବିତ ହୋଇଛି । ଆଗାମୀ ବର୍ଷେ ଦେଢ ବର୍ଷ ଭିତରେ ପଞ୍ଚାୟତ ହେଡକ୍ୱାଟର ପର୍ଯ୍ୟନ୍ତ ଟାୱାର ଲାଗିବ । ଭାରତ ନେଟ୍ ଦ୍ୱାରା ୫୦ ହଜାର ଗାଁ, ସବୁ ସ୍କୁଲକୁ ହାଇ କାପାସିଟିର ଅପ୍ଟିକାଲ ଫାଇବର ଲାଗିଯିବ ।

ସେହିପରି ଇଣ୍ଟରନେଟ୍ ସେବା ଭଲ ହେଲେ ଆଗାମୀ ଦିନରେ ଦିଲ୍ଲୀରେ ରହି ଡାକ୍ତର ଅପରେସନ୍ ମଧ୍ୟ କରିପାରିବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ସବୁଠୁ ଲାଭାନ୍ୱିତ ହେବ ୫ଜି ସେବା ଦ୍ୱାରା । ଇଣ୍ଟରନେଟ୍ କେବଳ ଗେମ୍ ଖେଳିବା ପାଇଁ ନୁହେଁ । ଇଣ୍ଟରନେଟ୍ ଏଜୁକେଶନ ପାଇଁ, ବ୍ୟବସାୟ ପାଇଁ, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏବଂ ଦେଶ ଓ ରାଜ୍ୟକୁ ବିଶ୍ୱ ସ୍ତରରେ ଏକ ପରିଚୟ ସୃଷ୍ଟି କରିବା ପାଇଁ ବଡ ଭୂମୀକା ଗ୍ରହଣ କରିବ ।

Leave a Reply

Your email address will not be published. Required fields are marked *