ସୋରଡ଼ା ବିଜ୍ଞାପିତ ଅଞ୍ଚଳ ଆଦର୍ଶ କଲୋନୀର ଉଦ୍ଘାଟନ କାର୍ଯ୍ୟକ୍ରମ

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଆଦର୍ଶ କୋଲାନିର ଉଦ୍ଘାଟନ କାର୍ଯ୍ୟକ୍ରମରେ ଓଡ଼ିଶାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଲା ନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏହା ସହ ଏହି କାର୍ଯ୍ୟକ୍ରମରେ ଆଜି ୨୮ ଜଣ ହିତାଧିକାରିଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାସ ଯୋଜନା ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ସରକାର ସମସ୍ତଙ୍କ ନାଗରିକ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗେଇଦେଇ ଆସୁଥିବାବେଳେ ଆଜି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାନ୍ୟବର ମୁଖ୍ୟମନ୍ତ୍ରୀ, ଯଶଶ୍ଵି ପ୍ରଧାମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଏନଏସି ଅଧକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ, ସମସ୍ତ ୱାର୍ଡ ମେମ୍ବର ଓ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ ।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ