ଆନନ୍ଦ ବୈଦିକ ସଂସ୍କୃତ ବିଦ୍ୟାଳୟ ର ଉଦଘାଟନ

ତା ୧୪/୦୭/୨୦୨୩ରିଖ ଦିନ ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମ ର ବ୍ୟାଘ୍ରାମ୍ବରିମଠ ରେ ଆନନ୍ଦ ବୈଦିକ ସଂସ୍କୃତ ବିଦ୍ୟାଳୟ ର ଉଦଘାଟନ ହୋଇ ଯାଇଛି l 10ଘଂଟିକା ସମୟରେ ବୈଦିକ ହୋମ ଓ ପୂଜାବିଧି ପରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା l ସନ୍ଥ ଚିନ୍ମୟାନନ୍ଦ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ll ବିଶିଷ୍ଟ ଶିକ୍ଷାବିତ ଗୋପାଳ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥି ଲୋଚାପଡା ମଠ ର ମହନ୍ତ ଚିନ୍ମୟାନନ୍ଦ ଦାସ ମୁଖ୍ୟ ବକ୍ତା ମନୋଜ କୁମାର ପାଣିଗ୍ରାହୀ ଓଡ଼ିଶା ବ୍ରାହ୍ମଣ ସମିତି ସଭାପତି ଓ ଅଧ୍ୟକ୍ଷ ବେଦ ବିଦ୍ୟାଳୟ ବ୍ରହ୍ମପୁର ସମ୍ମାନିତ ବକ୍ତା ବିଶିଷ୍ଟ ଶିକ୍ଷାବିତ୍ ଅନନ୍ତ କର ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥାର କାର୍ଯ୍ୟକର୍ତ୍ତା ଏବଂ ଓଡିଶା ବ୍ରାହ୍ମଣ ସମତି ର ବ୍ଲକ ସଭାପତି କାଳିଚରଣ ମିଶ୍ର ଓ ଅଧ୍ୟାପକ ବିଭୁତି ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବୈଦିକ ଗୁରୁକୁଳ ଶିକ୍ଷା ସମାଜ ପାଇଁ ନିତ୍ୟାନ୍ତ ଆବଶ୍ୟକ ବୋଲି ମତ ବ୍ୟକ୍ତ କରି ଥିଲେ l ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଇଂଜିନିୟର ହୃଷିକେଶ ସାହୁ ବେଦବିଦ୍ୟାଳୟ ସ୍ଥାପନ ର ଉଦ୍ଦେଶ୍ୟ ଜ୍ଞାପନ କାରୀଥିଲେ l ଶେଷ ରେ ସାମ୍ବାଦିକ ଅଶୋକ ନନ୍ଦ ଧନ୍ୟବାଦ ଦେଇଥିଲେ l