ଚନ୍ଦ୍ରଭାଗା କବିତା ଉତ୍ସବ ଉଦଘାଟିତ

କୋଣାର୍କ,୧୪.୦୧.୨୦୨୩ ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଛି ୯ବମ ଚନ୍ଦ୍ରଭାଗା କବିତା ଉତ୍ସବ। ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ, ଇନିଷ୍ଟିଚ୍ୟୁଟ ଅଫ ନଲେଜ ସୋସାଇଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଶିଷ୍ଟ କବି ଓ କବୟତ୍ରୀମାନେ ଯୋଗଦେଇଥିଲେ। ଅତିଥି ଭାବେ ବିଶିଷ୍ଟ କବି ଓ ଲେଖକ ଜୟନ୍ତ ମହାପାତ୍ର, ଦେବୀ ପ୍ରସନ୍ନ ପଟ୍ଟନାୟକ, ଫରାସୀ କବି ଲାରା ଦୋଫ, ପ୍ରଭାସୀନ ମହାକୁଡ଼, ଅପର୍ଣ୍ଣା ମହାନ୍ତି ପ୍ରମୁଖ ଯୋଗଦେଇ ଭାରତରେ କବିତାର ସ୍ଥାନ ସ୍ଵତନ୍ତ୍ର ବୋଲି କହିଥିଲେ । ଏଥିରେ ଇଂରାଜୀ, ଓଡ଼ିଆ କବିତା, ଭାରତୀୟ କବିତା, ଆଦିବାସୀ କବିତା,ସମସାମୟିକ ଓଡ଼ିଆ କବିତା ଆଦି ସ୍ଥାନ ପାଇଥିଲା। ପ୍ରଥମ ପର୍ଯ୍ୟାୟରେ କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୃତୁଜୟ ସିଂଙ୍କ ଦ୍ରୈପଦୀ, ନବୀନ ଦାସଙ୍କ ଅନୀତା, ଅଶ୍ବିନୀ କୁମାରଙ୍କ ରିଭରସ ଗୋଇଙ୍ଗ ହୋମ, ଗୋପାଳ ଲାହରୀଙ୍କ କ୍ରସିଙ୍ଗ ଦ ସୋରଲାଇନ ଉନ୍ମୋଚନ ହୋଇଥିଲା। କାର୍ଯ୍ୟକ୍ରମକୁ ପ୍ରଫେସର ଚନ୍ଦ୍ରଭାନୁ ପଟ୍ଟନାୟକ, ସବିତା ସିଂ ସଂଚାଳନ କରିଥିଲେ। ଆସନ୍ତାକାଲି (ରବିବାର) ଏହି ଉତ୍ସବ ଉଦଯାପିତ ହେବ।

Leave a Reply

Your email address will not be published. Required fields are marked *