ଜିଲ୍ଲା ସ୍ତରୀୟ ଧାନମଣ୍ଡିର ଶୁଭାରମ୍ଭ ଆମ୍ବ ରୋଳି ମଣ୍ଡି ଉଦଘାଟନ କଲେ ଭଦ୍ରକ ବିଧାୟକ

ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ଆମ୍ବରୋଳି ସେବା ସମବାୟ ସମିତି ଠାରେ ଉଦଘାଟିତ ହୋଇଯାଇଛି ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଏହି ମଣ୍ଡି ର ଶୁଭାରମ୍ଭ କରିଛନ୍ତି ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ତାଙ୍କ ବକ୍ତବ୍ଯ ରେ କହିଛନ୍ତି ଚାଷୀମାନେ ଯେଭଳି ସୁବିଧା ଓ ସହଜରେ ସେମାନଙ୍କ ଧାନ ଆଣି ମଣ୍ଡି ରେ ବିକ୍ରି କରିବେ ସେ ନେଇ ସରକାର ସବୁବେଳେ ଉଦ୍ୟମ ଜାରୀ ରଖିଛନ୍ତି,ଏହି ଧାନ ବିକ୍ରି ପ୍ରକ୍ରିୟା ପରିଚାଳନାରେ ଯୋଗାଣ ବିଭାଗ, ଆର ଏମ ସି ,ମିଲର ଆଦି ସହଯୋଗ କରି ଚାଷୀ ଙ୍କ ଧାନ ସୁରୁଖୁରୁରେ କିଣି ନେବାକୁ ପରାମର୍ଶ ଦେଇଥିଲେ, ଆମ୍ବ ରୋଳି ସେବା ସମବାୟ ସମିତି ସଭାପତି ଚିତ୍ତରଞ୍ଜନ ରାଉତ ଙ୍କ ସଭାପତିତ୍ବ ରେ ଆଯୋଜିତ ସଭାରେ ସମ୍ମାନ ଅତିଥି ଭାବେ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଯୋଗଦେଇ ଚାଷୀଙ୍କ ଉନ୍ନତି ସରକାରଙ୍କ ପ୍ରାଥମିକ ଲକ୍ଷ ବୋଲି ପ୍ରକାଶ କରିଥିଲେ, ଅନ୍ୟତମ ଅତିଥି ଭାବେ ବିବିସିସି ବ୍ୟାଙ୍କ ସମବାୟ ନିର୍ଦେଶକ ଯୋଗେନ୍ଦ୍ର ପ୍ରସାଦ ଘଡାଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଲିଙ୍ଗରାଜ ବେହେରା, ଉପସ୍ଥିତ ଥିଲେ, ପ୍ରକାଶ ଯେ ଚଳିତବର୍ଷ ଜିଲ୍ଲାରେ ୮୩ ହଜାର ୮୪୭ ଜଣ ଚାଷୀ ଧାନ ବିକିବାକୁ ପଞିକରଣ କରିଥିଲେ