ଭାରତ-ବାଂଲାଦେଶ ଫ୍ରେଣ୍ଡଶିପ୍‌ ପାଇପ ଲାଇନ ଲୋକାର୍ପଣ

ନୂଆଦିଲ୍ଲୀ : ଲୋକାର୍ପଣ ହେଲା ଭାରତ-ବାଂଲାଦେଶ ଫ୍ରେଣ୍ଡଶିପ୍‌ ପାଇପ ଲାଇନ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଭାରତ-ବାଂଲାଦେଶ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସେପ୍ଟେମ୍ବର ୨୦୧୮ ରେ ଆମେ ଭାରତ-ବାଂଲାଦେଶ ଫ୍ରେଣ୍ଡସିପ ପାଇପ ଲାଇନର ମୂଳଦୁଆ ପକାଇଥିଲୁ। ମୁଁ ଖୁସି ଯେ ଆଜି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଏହାର ଲୋକାର୍ପଣ କରିବାର ସୁଯୋଗ ମିଳିଛି। ଏହି ପାଇପଲାଇନ ଉତ୍ତର ବାଂଲାଦେଶର ବିଭିନ୍ନ ଜିଲାକୁ ଏକ ମିଲିୟନ ମେଟ୍ରିକ ଟନ ହାଇ ସ୍ପିଡ ଡିଜେଲ ଯୋଗାଇବାରେ ସକ୍ଷମ ହେବ। ଗତ କିଛି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱରେ ବାଂଲାଦେଶ ଉଲ୍ଲେଖନୀୟ ଅଗ୍ରଗତି କରିଛି। ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବିତ ଏବଂ ଆମେ ଖୁସି ଯେ ବାଂଲାଦେଶର ଏହି ବିକାଶ ଯାତ୍ରାରେ ଆମେ ସହଯୋଗ କରିପାରିଛୁ। ମୁଁ ନିଶ୍ଚିତ ଯେ ଏହି ପାଇପଲାଇନ ବାଂଲାଦେଶର ବିକାଶକୁ ଆହୁରି ତ୍ୱରାନ୍ବିତ କରିବ ଏବଂ ଦୁଇ ଦେଶ ମଧ୍ୟରେ ସଂଯୋଗ ବୃଦ୍ଧି କରିବାର ଏକ ଉତ୍କୃଷ୍ଟ ଉଦାହରଣ ହେବ।

Leave a Reply

Your email address will not be published. Required fields are marked *