ବୋରଦାରେ ମାଣ୍ଡିଆ ମଣ୍ଡି ଉଦଘାଟନ

ଗଞ୍ଜାମ ଜିଲ୍ଲା ସୋରଡା ବ୍ଳକର ବୋରଦା ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଶ୍ରୀ ଅର୍ଣ୍ଣ ଯୋଜନା ଆନୁକୂଲ୍ୟରେ ମାଣ୍ଡିଆ ମଣ୍ଡି ଉଦ୍ ଘାଟନ ହୋଇ ଯାଇଛି । ଏଥିରେ ବଡଗଡ଼ର ପୂର୍ବତନ ବିଜେପି ମଣ୍ଡଳ ସଭାପତି ତଥା ବରିଷ୍ଠ ବିଜେପି ନେତା ରାଧା ମୋହନ ସ୍ବାଇଁ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଏହି ମଣ୍ଡିଟି ଉଦଘାଟନ କରିଥିଲେ l ଓ କିଛି ମାଣ୍ଡିଆ ଚାଷୀଙ୍କ ସହ ବ୍ଲକର ମିଲେଟ୍ କୃଷି କୃଷି ସେବକ ସିକନ୍ଦର ମୁଠା ମାଝୀ ଏବଂ କାର୍ଯ୍ୟ କାରୀ ସଂସ୍ଥା “ପ୍ରୋଗ୍ରେସ”ର ବ୍ଲକ ମ୍ୟାନେଜର ଶ୍ରୀ ଟୁଟୁ ସ୍ବାଈଁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ବୈଠକର ଚାଷୀ ମାନଙ୍କର ବହୁ କଷ୍ଟ ଉପାର୍ଜିତ ଶସ୍ୟକୁ ଉପଯୁକ୍ତ ମୂଲ୍ୟ ପହଞ୍ଚାଇବା ଲକ୍ଷ ବୋଲ ଶ୍ରୀ ସ୍ବାଈଁ ପ୍ରକାଶ କରିଥିଲେ । ଏବଂ ପୁରାତନ ପଦ୍ଧତି କୁ ଛାଡ଼ି ନୂତନ ପଦ୍ଧତିରେ ମାଣ୍ଡିଆ ଚାଷ କରି ଅଧିକ ଲାଭବାନ ହେବାପାଇଁ ଚାଷୀମାନଙ୍କୁ ବୁଝାଇଥିଲେ l ଏହା ସହିତ ସମାଜକୁ ଉକୃଷ ପୁଷ୍ଟିକର ଖାଦ୍ୟ ଯୋଗାଇ ପାରିବା ନେଇ ଅଧିକାରୀ ମାନେ ନିଜ ଜିଜର ମତ ପୋଷଣ କରିଥିଲେ । ଏବଂ ଅଧିକାରୀ ଗଣ ଏହି ବ୍ଲକ ମାଣ୍ଡିଆ ଚାଷଙ୍କ ପାଇଁ ପ୍ରକୃଷ୍ଟ ହୋଇଥିବା ଯୋଗୁଁ ଚାଷୀ ମାନେ ଆଗଭର ହୋଇ ଚାଷ କରିବା ଉଚିତ ବୋଲି କହିଥିଲେ। ମଣ୍ଡି ଟି ଉଦଘାଟନ ହେବା ପରେ ମାଣ୍ଡିଆ ଚାଷୀ ମାନଙ୍କ ମଧ୍ୟରେ ମାଣ୍ଡିଆ ଚାଷପାଇଁ ଉତ୍ସାହ ବଢ଼ିବା ନେଇ ଚାଷୀ ଭାଇମାନେ କହିଛନ୍ତି l

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *