ବନବାସୀ ସେବା ସମିତି ବାଲିଗୁଡ଼ାରେ ରେଡ଼ିଓ ମହକ ଉଦଘାଟନ

କନ୍ଧମାଳ ଜିଲ୍ଲା ବାଲିଗୁଡା ବନବାସୀ ଠାରେ ରେଡ଼ିଓ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜିର ଏହି ଆଧୁନିକ ଯୁଗରେ ଲୋକମାନେ ରେଡ଼ିଓ କୁ ଭୁଲି ଯିବା ସମୟରେ ପୁନର୍ବାର ଲୋକମାନଙ୍କ ମନୋରଞ୍ଜନ ଓ ଦେଶ ବିଦେଶ ଓ ଗ୍ରାମାଞ୍ଚଳର ଖବର ଜଣେଇବା ନିମନ୍ତେ ବନବାସୀ ସେବା ସମିତି ର ଏକ ପ୍ରୟାସ ରେଡ଼ିଓ ମହକ ଆଜି ବାଲିଗୁଡା ବନବାସୀ ସେବା ସମିତି ପରିସରରେ ଉଦଘାଟନ ହୋଇଯାଇଛି। ୩୦ କିଲୋମିଟର ଦୂରତା ମଧ୍ୟରେ ଏହି ସୁବିଧା ଲୋକମାନେ ପାଇପାରିବେ । ଆଜିବି ଅନେକ ଗାଁ ଅଛି ଲୋକମାନେ ମୋବାଇଲ୍, ଟିଭି, ଇଣ୍ଟରନେଟ ବିଦ୍ୟୁତ୍ ର ସୁବିଧା ଠାରୁ ବହୁ ଦୂରରେ ଯାହା ଦ୍ୱାରା ଆଜି ବି ଲୋକମାନେ ଅନେକ ସରକାରୀ ସୂଚନା ପାଇବାରୁ ବଞ୍ଚିତ। ଏହି ସମସ୍ତ ବିଷୟକୁ ଦୃଷ୍ଟି ଆଗରେ ରଖି ଆଜି ବାଲିଗୁଡା ବନବାସୀ ସେବା ସମିତି ପରିସର ମଧ୍ୟରେ ରେଡ଼ିଓ ମହକ ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଓ ଉପଖଣ୍ଡ ଆରକ୍ଷ ଅଧିକାରୀ , ୟୋସ ପ୍ରତାପ ଶ୍ରୀମଲ ପି ଆଇ ଟି ଡି ଏ କୃପାସିନ୍ଧୁ ବେହେରା ଙ୍କ ଉପସ୍ଥିତିରେ ଦ୍ଵୀପ ପ୍ରଜଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ। ଏହି ଶୁଭ ମୁହୂର୍ତ୍ତ ରେ ଏକ ରକ୍ତ ଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବନବାସୀ ସେବା ସମିତି ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ଉଛବ ଚନ୍ଦ୍ର ଜେନା ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ପ୍ରଧାନ, ଉପଖଣ୍ଡ ଲୋକସୁଚନା ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା,ଏବଂ ଫୁଲବାଣୀ ଶିଶୁ ମଙ୍ଗଳ ସଦସ୍ୟ ଶ୍ରୀ ସଦାଶିବ ପାତ୍ର, ଡକ୍ଟର ମଧୁସୂଦନ ମହାପାତ୍ର ଶାଳ ବଣ ସାହିତ୍ୟ ସଦନ,ବାଲିଗୁଡା ଉପଖଣ୍ଡ କଳାକାର ସଂଘ,ସଫିକ୍ ଭାଇ,ଏବଂ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
Bhabani Shankar jena reporter