ବିକଶିତ ଭାରତ ସଂକଳ୍ପ ଯାତ୍ରା ର ଶୁଭାରମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଉଦଘାଟନ

ଆମ ସଂକଳ୍ପ ବିକଶିତ ଭାରତ ର ବାର୍ତା ନେଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ପାଇଁ ଭଦ୍ରକ ଜିଲ୍ଲାକୁ ଆସିଥିବା ଦୁଇ ଟି ଭ୍ଯାନ ର ଶୁଭାରମ୍ଭ ହୋଇଯାଇଛି ପୂର୍ବ ପ୍ରସ୍ତୁତ ଅନୁୟାୟୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ ଓ ଜିଲ୍ଲା ପରିଷଦ ର ସି,ଡି,ଓ,ତଥା ଏହି କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ସରୋଜ କୁମାର ଦତ୍ତ ପତାକା ପ୍ରଦର୍ଶନ କରି ଏହାର ଶୁଭ ଉଦଘାଟନ କରିଥିଲେ ,କେନ୍ଦ୍ର ସରକାର ଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ଯ ରେ ଆରମ୍ଭ ହୋଇଥିବା ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରୀ ରେ ସାମିଲ ଥିବା ଭ୍ୟାନ ରେ ମୋଦି ସରକାର ଙ୍କ ପାନୀୟଜଳ ଯୋଜନାରେ ଏ ପର୍ଯ୍ୟନ୍ତ ୧୩,୫ କୋଟି ରୁ ଅଧିକ କନେକ୍ସନ, ଚାଷୀ ଙ୍କୁ ପ୍ରତିବର୍ଷ ୬ ହଜାର ଯୋଜନାରେ ୧୧ କୋଟି ରୁ ଅଧିକ ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ୨,୬ ଲକ୍ଷ କୋଟି ଟଙ୍କା ର ସହାୟତା, ସମସ୍ତ ଙ୍କୁ ପକ୍କା ଘର ଯୋଜନାରେ ୪ କୋଟି ପକ୍କା ଘର ନିର୍ମାଣ ମହିଳାମାନଙ୍କ ଧୂଆଁମୁକ୍ତ ରୋଷେଇ ଘର ନିମନ୍ତେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧୀନ ରେ ୧୦ କୋଟି ଗ୍ୟାସ ସଂଯୋଗ ନେଇ ବାର୍ତା ଉଲ୍ଲେଖ କରାଯାଇଛି, ଏପିଡି ପହ୍ଲାଦ ରଣା ଡିସପିଏମ୍ ଓ,ଏଲ,ଏମ,ସଞୟ କୁମାର ବାରିକ ସହକାରୀ କୃଷି ନିର୍ଦ୍ଦେଶକ ଶ୍ରୀ ଧର ଦାସ ,ଜିଲ୍ଲା ସୁରକ୍ଷା ଅଧୀକାରୀ ପବିତ୍ର ଦାସ , ସୀତାକାନ୍ତ ରାଉତ , ପ୍ରମୁଖ ଙ୍କ ମିଶନ ଶକ୍ତି ମହିଳା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ
Punil Kumar Samanta reporter