ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଉପଲକ୍ଷେ ରାଜ୍ୟ ତମାମ ଆରମ୍ଭ ହୋଇ ଛି ଅର୍ପଣ ରଥ ପରିକ୍ରମା ଉକ୍ତ କାର୍ଯ୍ୟକ୍ରମ ଅବସର ରେ ଭଦ୍ରକ ଜିଲ୍ଲାର ଗାଁ ସହର, ଗଳିକନ୍ଦି ଚଳଚଞ୍ଚଳ ହୋଇ ଉଠିଛି, ଜିଲ୍ଲାର ୭ଟି ବ୍ଲକ ୨ଟି ବିଜ୍ଞାପିତ ଅଞ୍ଚଳ ରେ ବୁଲୁଛି ୭୬ ଅର୍ପଣ ରଥ ଶଙ୍ଖ ହୁଳହୁଳି, ସଂକୀର୍ତ୍ତନ, ଜୟ ଜଗନ୍ନାଥ ଧ୍ବନି ରେ ଗଗନ ପବନ ପ୍ରକମ୍ପିତ ହେଉଛି ସବୁଠି ଦେଖିବାକୁ ମିଳୁଛି ଭକ୍ତି ମୟ ପରିବେଶ ଭଳିକି ଭଳି ଝୋଟି ଚିତା ରେ ଝଲସୁଛି ଗାଁ ଦାଣ୍ଡ ,ଭକ୍ତି ଓ ଶ୍ରଦ୍ଧା ର ସହ ଏହାକୁ ସ୍ବାଗତ କରିବା ସହ ଶ୍ରଦ୍ଧାଳୁ ଅକ୍ଷତ ଗୁଆ ଓ ଅରୁଆ ଚାଉଳ ଅର୍ପଣ କରୁଛନ୍ତି, ଆଜି ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଂଜୀବ ମଲ୍ଲୀକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ କୋଡ ବରୁଆଁ ପଂଚାୟତ ରେ ଘର ଘର ବୁଲି ଗୁଆ ଚାଉଳ ସଂଗ୍ରହ ଅଭିଯାନ ରେ ସାମିଲ ହେଲେ,ବହୁ ସଂଖ୍ୟା ରେ କୋଡ ବରୁଆଁ ଶ୍ରୀ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହିଥିଲେ , କୋଡ ବରୁଆଁ ସରପଞ୍ଚ ସୁଷମା ମହାନ୍ତି ,ସମିତି ସଭ୍ଯ ରାଜେନ୍ଦ୍ର ପାଣି, ଏବଂ ପିଓ:= ତାପସ କୁମାର ଦାସ ସରପଞ୍ଚ ଙ୍କ ପ୍ରତିନିଧି ଆଶିଷ ମହାନ୍ତି ଙ୍କ ନେତୃତ୍ବ ରେ ପଞାୟତ ରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ରଥ କୋଡ ବରୁଆଁ ଭ୍ରମଣ କରିଥିଲା,

ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ

Leave a Reply

Your email address will not be published. Required fields are marked *