ହିଞ୍ଜିଳିକାଟୁରେ ଅଘଟଣ

ହିଞ୍ଜିଳିକାଟୁ :-୨/୫ ,ପୁଣି ଏକ ଅଜଣା ମହିଳାଙ୍କ ମୃତ ଦେହ ଠାବ ହେଇଛି ।ଜାତୀୟ ରାଜପଥ ୫୯ କଡରେ ଥିବା ଚାଷଜମି ନିକଟରୁ ଅଜଣା ମହିଳାମୃତ ଦେହ ମିଳିଛି । ମହିଳାଙ୍କ ବୟସ ପ୍ରାୟ ୩୦ରୁ ୩୫ବୟସ୍କ ଥିଲା ବେଳେ କେଉଁ ଅଞ୍ଚଳର ବୋଲି ଜଣାପଡିନାହିଁ । ସୂଚନାପ୍ରକାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ମକରଝୋଳ ଛକଠାରୁ ଅତିନିକଟରେ ସାରୁ ମୌଜାର ମକରଝୋଳ ଗ୍ରାମ ଜାତୀୟ ରାଜପଥ ୫୯ କଡର ଚାଷଜମି ରେ ଅଜଣା ମହିଳାଙ୍କ ମୃତ ଦେହ ପଡିରହିଛି ।ଉକ୍ତ ଗ୍ରାମର ଛେଳିଚରାଳି ଜାଣିବା ପରେ ନିକଟରେ ଥିବା ମନରେଗା ଶ୍ରମିକମାନେ ଜଣିପାରି ଗ୍ରାମକୁ ଜଣାଇଥିଲେ ।ଫଳରେ ଗ୍ରାମବାସୀ ହିଞ୍ଜିଳି ପୋଲିସଙ୍କୁ ଖବର ଦେଇଥିଲେ ।ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମହିଳାଙ୍କ ପାରିପାର୍ଶ୍ବିକ ଅବସ୍ଥା କୁ ଦେଖଲେ ହତ୍ଯା ପରେ ଫୋପାଡ଼ି ଦେଇଥିବା ସନ୍ଦେହ ସୃଷ୍ଟି କରିବା ସ୍ଥାନୀୟ ଲୋକମାନେ କହିଛନ୍ତି ।ବିଳମ୍ବିତ ରାତ୍ରରେ ଘଟଣା ଘଟିଥିବା ବେଳେ ହିଞ୍ଜିଳି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ପରିଚୟ ପାଇବା ନେଇ ସ୍ଥାନୀୟ ଜନସାଧାରଣ , ସରପଞ୍ଚ , ସମିତିସଭ୍ୟା ଚେଷ୍ଟା ଜାରି ସହିତ ହିଞ୍ଜିଳି ପୋଲିସ ମଧ୍ୟ ମୃତ ବ୍ୟକ୍ତିଙ୍କ ପରିଚୟ ପାଇବା ପାଇଁ ଚେଷ୍ଟା ଜାରୀ ରହିଛି ।ମୃତ ବ୍ୟକ୍ତିଙ୍କ ପରିଚୟ ମିଳିବା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।
ରିପୋର୍ଟ :-ରଂଜିତ କୁମାର ପୋଲାଇ ।

Leave a Reply

Your email address will not be published. Required fields are marked *