ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ୭୭ତମ ସ୍ଵାଧୀନତା ଦିବସ ଉତ୍ସବ ପାଳିତ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପୁରୁଣା ବଜାର ଭଦ୍ରକରେ ଭାରତର ୭୭ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳନ କରାଯାଇଛି ।ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମହୋଦୟ ତଥା ଭଦ୍ରକ ସଂକୁଳର ସହ ସଂଯୋଜକ ମାନନୀୟ ଶ୍ରୀଯୁକ୍ତ ମଦନମୋହନ ମହାନ୍ତ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ବହଳୀ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ।ସର୍ବଶେଷରେ ବିଦ୍ୟାଳୟର ଆଚାର୍ଯ୍ୟ ପ୍ରଦୀପ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅଶୋକ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।ପ୍ରଭାତ ଫେରିରେ ସମସ୍ତ ଶିଶୁ ଅଂଶଗ୍ରହଣ କରିଥିଲେ।ଏତଦ୍ ସହିତ ୧୦୦ରୁ ଅଧିକ ଶିଶୁ ବିଭିନ୍ନ ମହାପୁରୁଷଙ୍କ ବେଶରେ ସଜ୍ଜିତ ହୋଇ ପ୍ରଭାତ ଫେରିରେ ନଗର ପରିକ୍ରମା କରିଥିଲେ। ଯାହା ଜନମାନସକୁ ବହୁ ଆକର୍ଷିତ କରିଥିଲା। ଉତ୍ସବ ଶେଷରେ ଶିଶୁ ଭାଇଭଉଣୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ପୂର୍ବଯୋଜନା ଅନୁଯାୟୀ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ମାନଙ୍କର ସୁଲିଖନ ପ୍ରତିଯୋଗୀତା ହୋଇଥିଲା।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ,