ସ୍ୱାଧିନତା ସଂଗ୍ରାମୀ ଘନଶ୍ୟାମ ରାଉତ ଙ୍କ ସ୍ମୃତି କମିଟି ପକ୍ଷରୁ 77ତମ ସ୍ୱାଧୀନତା ଦିବସ ପାଳିତ

ଡେଲାଙ୍ଗ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରୋବୋଇ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଘନଶ୍ୟାମ ରାଉତ ସ୍ମୃତି କମିଟି ପକ୍ଷରୁ 77 ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସରେ ସହିତ ପାଳିତ ହୋଇଯାଇଛି !ଏଥିରେ ଗାନ୍ଧୀ ତତ୍ତ୍ୱ ପ୍ରଚାରକ ଅନାମ ଚରଣ ମଲ୍ଲିକ ଜାତୀୟ ପତକା ଉତ୍ତୋଳନ କରିଥିଲେ !
ଅନୁଷ୍ଠାନ ର ସମ୍ପାଦକ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଘନଶ୍ୟାମ ରାଉତଙ୍କ ମଧ୍ୟମ ପୁତ୍ର ଦେବବ୍ରତ ରାଉତରାୟ କାର୍ଯ୍ୟକ୍ରମ
ପରିଚାଳନା କରିଥିଲେ ! ଜିଲ୍ଲା ପରିଷଦ ସଭ୍ୟା ଦିପ୍ତୀଶ୍ରୀ ରାଉତରାୟ,ପୂର୍ଣ୍ଣିମା ରାଉତରାୟ, ରୋଜାଲିନ ସ୍ୱାଇଁ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ! ସେହିପରି ବେରବୋଇ ସ୍ଥିତ କସ୍ତୁରିବା ସେବା କେନ୍ଦ୍ରରେ 77 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା !