୧୧ ତାରିଖରୁ ସ୍ୱାଧୀନତା ଦିବସର ପ୍ରସ୍ତୁତି ପ୍ୟାରେଡ

ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ ତାଳବଣିଆସ୍ଥିତ ସ୍ପୋର୍ଟ୍ସ ପଡିଆ ଠାରେ ଅନୁଷ୍ଠିତ ହେବ।ଦିବସର ମୁଖ୍ୟ ଅତିଥି ୧୫ ଅଗଷ୍ଟ ପୂର୍ବାହ୍ନ ୯.୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ, ପ୍ୟାରେଡ ପରିଦର୍ଶନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେବେ।କୋଭିଡ ପାଇଁ ବନ୍ଦ ରହିଥିବା ପ୍ୟାରେଡ ଚଳିତ ବର୍ଷ ଅନୁଷ୍ଠିତ ହେବ।ଏଥିପାଇଁ ଅଭ୍ୟାସ ପ୍ୟାରେଡ ତାଳବଣିଆସ୍ଥିତ ପ୍ୟାରେଡ ପଡିଆ ଠାରେ ଚଳିତ ମାସ ୧୧ ଓ ୧୨ ତାରିଖ ଅପରାହ୍ନ ୩ ଘଟିକା ଏବଂ ୧୩ ତାରିଖ ପୂର୍ବାହ୍ନ ୮ ଘଟିକା ରେ ଅନୁଷ୍ଠିତ ହେବ।ଏଥିରେ କୋଭିଡ ପୂର୍ବ ବର୍ଷ ଭଳି ଏନସିସି, ସ୍କାଉଟ,ଗାଇଡ ଦଳ ମାନେ ଅଂଶଗ୍ରହଣ କରିବେ।ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମାନେ ନିର୍ଦ୍ଧାରିତ ସମୟରେ ସେମାନଙ୍କ ପ୍ୟାରେଡ ଦଳକୁ ଅଭ୍ୟାସ ପ୍ୟାରେଡ ପାଇଁ ପ୍ରେରଣ କରିବାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *