ବିଶ୍ୱ ଆଦିବାସୀ ଦିବସରେ ଭାରତ ବନ୍ଦ ପାଳନ ସଫଳ

ବିଶ୍ୱ ଆଦିବାସୀ ଦିବସରେ ଭାରତ ବନ୍ଦ ପାଳନ ସଫଳ।ମାଥିଲି-୦୭-୦୮-୦୨୩ ଆଜି ବିଶ୍ୱ ଆଦିବାସୀ ଦିବସରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଏକତା ସଙ୍ଘ ତରଫରୁ ଭାରତ ବନ୍ଦ ଡାକରାରେ ଜିଲ୍ଲା ବାସି ସ୍ୱତପୃତ ଭାବେ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ମଣିପୁର ରାଜ୍ୟ ରେ ମହିଳା ମାନଙ୍କ ସହ ହୋଇଥିବା ଗଣ ବଳାତ୍କାର ଓ ନିର୍ଯାତନା ବିରୋଧରେ ତଥା ଆଦିବାସୀ ଙ୍କୁ ବିସ୍ଥାପିତ କରିବା ଓ ନିର୍ଯ୍ୟାତନା ଦେଉଥିବା ଘଟଣାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା।ଏହା ସହ କେନ୍ଦ୍ର ସରକାର ତରଫରୁ ୟୁ ସି ସି ଆଇନ ଯାହା ସମସ୍ତଙ୍କ ପାଇଁ ସମାନ ଅଧିକାର ପ୍ରଣୟନ କରିବା ଦ୍ୱାରା ଆଦିବାସୀ ମାନେ ଅନେକ ସୁବିଧାରୁ ବଞ୍ଚିତ ହେବେ ଓ ଅନେକ ଅସୁବିଧାର ସମ୍ମୁଖୀନ ହେବା ଏହି ଆଇନ ଦ୍ୱାରା ଆଦିବସୀଙ୍କ ସଭ୍ୟତା ଓ ସଂସ୍କୃତି ସବୁ ଲୋପ ପାଇଯିବ ତେଣୁ ଏହାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଥିଲା। ଆଜି ଏହି ବନ୍ଦର ପ୍ରଭାବ ମାଲକାନଗିରି ଜିଲ୍ଲାର ଖଇରପୁଟ ଓ ମାଥିଲି ବ୍ଳକର ଆଦିବାସୀ ମାନେ ଗୋବିନ୍ଦପାଲ୍ଲୀ ସ୍ଥିତ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହିତ ସରକାରଙ୍କ ଆଦିବାସୀ ମାରଣା ନୀତିକୁ ବିରୋଧ କରି ବିଭିନ୍ନ ନାରାବାଜି ଦେଉଥିବା ଦେଖିବାକୁ ମିଳିଥିବା ବେଳେ ଆଦିବାସୀ ଙ୍କ ଏହି ବନ୍ଦ ପାଳନକୁ ସହରର ପ୍ରତ୍ୟେକଟି ଦୋକାନ , ଗାଡ଼ି ମଟର ଆଦି ବନ୍ଦ କରି ଆଦିବାସୀଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି।ଗୋବିନ୍ଦ ପାଲ୍ଲୀ, ଖଇରପୁଟ,ମାଥିଲି ଓ ପାଙ୍ଗାମ ଠାରେ ଆଦିବାସୀ ସଙ୍ଘ ପକ୍ଷରୁ ପ୍ରିକେଟିଂ କରି ପ୍ରତ୍ୟେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟାଙ୍କ୍ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇ ଥିବା ଦେଖିବାକୁ ମିଳିଛି । ଆଜିର ଏହି ବନ୍ଦ ପାଳନରେ ଆଦିବାସୀ ଗାଦବା ସମାଜର ସଭାପତି ଭୀଷ୍ମ ଖିଲ, ପରଜା ସମାଜର ସମ୍ପାଦକ ରାମ କିର୍ଷାନି,ମଙ୍ଗୁ ଖିଲ, କନ୍ଧ ସମାଜର ସଭାପତି ଗୋପୀ ପାଙ୍ଗି,ଡିଡାଇ ସମାଜର ସଭାପତି ଧବୁଲୁ ସୀସା, ବଣ୍ଡା ସମାଜର ମୁକୁନ୍ଦ ମାଝୀ, ଭୂମିଆ ସମାଜର ସଭାପତି ତ୍ରିନାଥ ଭୂମିଆ,ଡମ ସମାଜର ସଭାପତି ବଳରାମ ଅନୁଗୁଳିଆ ଓ ଦୁରୁଆ ସମାଜର ସଭାପତି ମଙ୍ଗଳା ଦୁରୁଆ ପ୍ରମୁଖଙ୍କ ସହ ବହୁ ଆଦିବାସି ନେତା ବନ୍ଧୁ ମୁଦୁଲି, ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନି,ମାଥିଲି ଅଧକ୍ଷ ମହେଶ କୁମାର ବାକା ଓ ଗୋବିନ୍ଦପାଲ୍ଲୀ ସରପଞ୍ଚ ଶ୍ରୀନିବାସ ମୁଦୁଲିଙ୍କ ସହ ହଜାର ହଜାର ଆଦିବାସୀ ଉପସ୍ଥିତ ରହି ଆଜିର ବନ୍ଦ ପାଳନକୁ ସଫଳ କରିଥିବା ଦେଖିବାକୁ ମିଳିଛି ।ଆଜିର ବନ୍ଦ କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ମାଥିଲି ଥାନା ଡ଼ିଏସପି ଦିନେଶ ଚନ୍ଦ୍ର ନାୟକ,ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ଓ ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *