ଇଣ୍ଡିଆ ବୁକ ଅଫ ରେକର୍ଡ:-ଆୟୁଷ ମହାପାତ୍ର

ଓଲଟା ଚିତ୍ର କରି ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ପୁରୀ ବାସେଳୀ ସାହି ଅଞ୍ଚଳର ଆୟୁଷ ମହାପାତ୍ର।ଅଷ୍ଟମ ଶ୍ରେଣୀର ଏହି ଛାତ୍ରଙ୍କ ପାଇଁ ପୁରୀ ଆଜି ଗର୍ବିତ।ନାଇଜେରିଆ ଯିବା ପାଇଁ ଡ଼କରା ଆସିଥିଲେ ହେଁ ଅର୍ଥ ତାଙ୍କ ପାଇଁ ପ୍ରତିବନ୍ଧକ ସାଜିଛି।ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ସହାୟତାରେ ହାତ ବଢ଼ାଇଲେ ଆୟୁଷ ଅନ୍ତର୍ଜାତୀୟ ସ୍ତରର ନିଜ ପ୍ରତିଭା ପ୍ରଦର୍ଶନ କରି ଆହୁରି ଚମକିପାରିବେ।ସମଗ୍ର ବିଶ୍ୱରେ ବହୁତ କମ ଜଣ ଏହି ଓଲଟା ବା ବିପରୀତ ଚିତ୍ର କରୁଛନ୍ତି। ଓଲଟା ଚିତ୍ର ଆଙ୍କିହୁଏ।ତାହା ପୁଣି ଖୁବ କମ ସମୟରେ।କିନ୍ତୁ ଏହି ଦୁଇଟି ବିଶେଷ ଗୁଣ ନେଇ ଏବେ ଚର୍ଚ୍ଚାରେ ପୁରୀ ପୁଅ ଆୟୁଷ।ବିପରୀତ ଦିଗରେ ମ୍ୟାଜିକାଲ ସ୍ପିଡ଼ ପେଣ୍ଟିଙ୍ଗ ଜରିଆରେ ଗଣେଶ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି । ତାଙ୍କର ଏହି ଚିତ୍ର ଆଙ୍କିବାର ନିଶା ପିଲାବେଳୁ ରହିଥିବା ବେଳେ ଆଗକୁ ସେ ଏହି ଚିତ୍ରକଳା ମାଧ୍ୟମରେ ଦେଶ ପାଇଁ ସୁନାମ ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ ପିଲାର ଏହି ବୟସରୁ ଏଭଳି ଚିତ୍ରକଳା ପ୍ରତି ଆଗ୍ରହ ଓ କାରନାମାକୁ ନେଇ ତାଙ୍କ ପରିବାର ବେଶ ଖୁସିଥିବା ବେଳେ ଅଞ୍ଚଳରେ ଏହାକୁ ନେଇ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।ଚିତ୍ର କଳା ମାଧ୍ୟମରେ ନିଜର ଅନ୍ତର୍ନିହିତ ପ୍ରତିଭାକୁ ଦେଖାଇବାରେ ସକ୍ଷମ ହୋଇଛନ୍ତି ପୁରୀ ବାସେଳୀ ସାହି ଅଞ୍ଚଳର ଅଷ୍ଟମ ଶ୍ରେଣୀର ଛାତ୍ର ଆୟୁଷ ମହାପାତ୍ର । ସେ ମ୍ୟାଜିକାଲ ସ୍ପିଡ଼ ପେଣ୍ଟିଙ୍ଗ ଜରିଆରେ ପାଞ୍ଚ ମିନିଟ ମଧ୍ୟରେ ଓଲଟା ଗଣେଶ ଚିତ୍ର ଆଙ୍କି ରେକର୍ଡ କରିବାରେ ସକ୍ଷମ ହୋଇପାରିଛନ୍ତି । ଇଣ୍ଡିଆ ବୁକ ଅଫ ରେକର୍ଡ ରେ ତାଙ୍କ ନାମ ବର୍ତମାନ ସ୍ଥାନିତ ହୋଇଥିବା ବେଳେ ଆଗକୁ ସେ ଏହିଭଳି ଅନେକ ଚିତ୍ର ଆଙ୍କି ନିଜ ସହର ତଥା ଦେଶର ନାଁ କରିବାକୁ ଲକ୍ଷ ରଖିଛନ୍ତି । ଭବିଷ୍ୟତରେ ଜଣେ ପ୍ରଫେସର କିମ୍ବା ଆର୍ମିରେ ଚିତ୍ରକାର ହୋଇ ଦେଶ ପାଇଁ କାର୍ଯ୍ୟ କରିବାକୁ ଲକ୍ଷ ରଖିଥିବା ବେଳେ ଆୟୁଷଙ୍କ ଏଭଳି ସଫଳତା ନେଇ ପରିବାର ବର୍ଗ ବେଶ ଖୁସି ଅଛନ୍ତି । ତେବେ ଆଗାମୀ ଦିନରେ ଆୟୁଷ ଭବିଷ୍ୟତରେ କିଭଳି ଆଗକୁ ଯାଇ ନାଁ କରନ୍ତୁ ସେ ନେଇ ତାଙ୍କ ପରିବାର ଆଶାବାଦୀ ଅଛନ୍ତି । କରୋନା କଟକଣା ତାଙ୍କୁ ଏହି ସୁଯୋଗ ଦେଇଥିଲା।ବିଦ୍ୟାଳୟ ଛୁଟି ଥିବାରୁ ତାଙ୍କୁ ବେଶ ସମୟ ମିଳିଥିଲା।ସେ ଚିତ୍ର ଅଙ୍କନରେ ସମୟ ଦେଇଥିଲେ।ଆମେରିକୀୟ ଶିଳ୍ପୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଓଲଟା ଓ କ୍ଷୀପ୍ର ଚିତ୍ର ଅଙ୍କନ ଶୈଳୀ ଶିଖିଥିଲେ।୩ରୁ୫ମିନିଟ ମଧ୍ୟରେ ପ୍ରସ୍ତୁତ ହେଉଛି ଚିତ୍ରକଳା।ଦୁଇ ହାତ ଚାଲୁଛି।ପ୍ରଥମରୁ ଜଣେ ଦେଖଣାହାରୀ ଦେଖିଲେ ଏଭଳି ଚିତ୍ର ବୁଝିପାରିବ ନାହିଁ।ଚିତ୍ରକୁ ସିଧା କରିବା ପରେ ହିଁ ଅସଲ ଚିତ୍ର କଲା ବୁଝାପଡ଼େ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ କେହି ତାଙ୍କୁ ଶିକ୍ଷା ଦେଇନାହାନ୍ତି।ପୂର୍ବରୁ ସେ ଅଫଲାଇନରେ ନାଇଜେରିଆ ହାର୍ଟ ଫାଉଣ୍ଡେସନ ପକ୍ଷରୁ ଚମ୍ପିୟାନ ଓ ଆମେରିକାର ଅନର ଆୱାର୍ଡ ସହ ବହୁ ସମ୍ମାନର ଅଧିକାରୀ ହୋଇଛନ୍ତି। ଆଗାମୀ ଦିନରେ ନାଇଜେରିଆ ଗଟ ଟ୍ୟାଲେଣ୍ଟରେ ଭାଗ ନେବାକୁ ସେ ମନୋନୀତ ହୋଇଛନ୍ତି ।କିନ୍ତୁ ନାଇଜେରିଆ ଯିବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ।ଅନେକ ଟ୍ୟାଲେଣ୍ଟ ସୋରେ ସେ ଯୋଗଦାନ କରିବାକୁ ସେ ଏବେଠାରୁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ତାଙ୍କର ଏହିଭଳି କଳାକୃତିକୁ ନେଇ ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କଳାକାର ତଥା ଚିତ୍ରକଳା ପରିବାରର ନହୋଇ ମଧ୍ୟ ଏଭଳି ଚିତ୍ର ଅଙ୍କନ କରି ସେ ଅନେକ ପୁରସ୍କାର ପାଇଥିବା ବେଳେ ରାଜ୍ୟସରକାରଙ୍କ ପକ୍ଷରୁ ମଧ୍ୟ ସମ୍ମାନିତ ହୋଇଛନ୍ତି।ତାଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ସହଯୋଗ ଯୋଗାଗଲେ ସେ ପୁରୀ ତଥା ରାଜ୍ୟ ପାଣି ଅଧିକ ଗୌରବ ଓ ସୁନାମ ଆଣିପାରିବେ।
ରିପୋର୍ଟ- ପୁରୀରୁ ରଣଜିତ ମିଶ୍ର।