ଭାରତ-ଚାଇନା ମଧ୍ୟରେ ସୀମା ତିକ୍ତତା: ସେନା ମୁଖ୍ୟ କହିଲେ, ଭାରତ ପାଇଁ ଚିନ୍ତାର ବିଷୟ

ନୂଆଦିଲ୍ଲୀ,୨୮।୩: ଭାରତ ଏବଂ ଚାଇନା ମଧ୍ୟରେ ପୁଣି ଥରେ ତିକ୍ତତା ଦେଖାଦେଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ଚାଇନା ଏଲଏସି (ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ) ଉପରେ ପ୍ରୋଟୋକଲ ଉଲ୍ଲଂଘନ ଦୁଇ ଦେଶ ମଧ୍ୟରେ ତିକ୍ତତାର ସବୁଠାରୁ ବଡ କାରଣ ହୋଇ ରହିଛି। ଯେକୌଣସି ପରିସ୍ଥିତିରେ ଚାଇନା ସହ ମୁକାବିଲା କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଜେନେରାଲ ପାଣ୍ଡେ ସାବିତ୍ରୀ ବାଇ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟ ଏବଂ ନୂଆଦିଲ୍ଲୀରେ ଚାଇନା ଆନାଲିସିସ ଆଣ୍ଡ ଷ୍ଟ୍ରାଟେଜୀ ଦ୍ୱାରା ଆୟୋଜିତ ଦ୍ୱିତୀୟ ରଣନୀତିକ କଥାବାର୍ତ୍ତାରେ ଭାଗ ନେଇଥିଲେ। ଏଠାରେ ସେ ଚାଇନାର ସୁଧାର ଏବଂ ବିଶ୍ୱ ଉପରେ ଏହାର ପ୍ରଭାବ ବିଷୟରେ କହିଥିଲେ। ସେ କହିଛନ୍ତି, ସୀମାରେ ଚାଇନା ସୈନ୍ୟମାନଙ୍କର ଗତିବିଧି ଏବଂ ସେନା ଅପରେସନ ସହ ଜଡିତ ସମସ୍ତ ପ୍ରସ୍ତୁତିରେ ଉଲ୍ଲେଖନୀୟ ବୃଦ୍ଧି କରିଛି। ଏସିଆର ଦୁଇ ବୃହତ୍ତମ ଦେଶର ଦ୍ୱିପାକ୍ଷିକ ସମ୍ପର୍କରୁ ସୀମା ପ୍ରସଙ୍ଗକୁ ବାଦ ଦିଆଯାଇପାରିବ ନାହିଁ। ଏଲଏସି ଉପରେ ଚାଇନାର ଗତିବିଧି ଭାରତ ପାଇଁ ଚିନ୍ତାର ବିଷୟ। ଭାରତ ସହ ସୀମା ବିବାଦର ସମାଧାନ ପାଇଁ ଚାଇନା କେତେ ଗମ୍ଭୀର ତାହା ବିଚାର କରିବାର ଆବଶ୍ୟକତା ରହିଛି। ଚାଇନା ଯାହା କହୁଛି ତାହା କାର୍ଯ୍ୟରେ କରୁନାହିଁ। ବର୍ତ୍ତମାନ ସମସ୍ତେ ଏହାକୁ ଭଲ ଭାବରେ ବୁଝିବା ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *