ଅରୁଣାଚଳର ୧୧ ସ୍ଥାନର ନୂଆ ନାମ ଦେଲା ଚାଇନା, ରାଗିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୪।୪: ଅରୁଣାଚଳ ପ୍ରଦେଶରେ ନିଜର ଉପସ୍ଥିତି ଜାହିର କରିବାକୁ ସମୟ ସମୟରେ ଚାଇନା ତା’ର ପୁରୁଣା ଚେଷ୍ଟା ଦେଖାଇ ଆସୁଛି। ପୁଣିଥରେ ଚାଇନା ଅରୁଣାଚଳ ସହ ଜଡିତ ସ୍ଥାନର ନାମକୁ ତା’ର ନକ୍ସାରେ ବଦଳାଇ ଦେଇଛି। ଏହାକୁ ନେଇ ଏବେ ବୈଦେଶିକ ମନ୍ତ୍ରଣାଳୟର ବୟାନ ସାମ୍ନାକୁ ଆସିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଏହା ପ୍ରଥମଥର ନୁହେଁ ଯେ ଚାଇନା ଏଭଳି ଚେଷ୍ଟା କରିଛି। ଆମେ ଏହାକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରୁଛୁ। ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ, ଅବିଚ୍ଛେଦ୍ୟ ଅଙ୍ଗ। ବୈଦେଶିକ ମନ୍ତ୍ରଣାଳୟ କହିଛି ଆବିଷ୍କାର କରାଯାଇଥିବା ନାମକୁ ଲଦିଦେବାର ପ୍ରୟାସ ଏହି ବାସ୍ତବିକତାକୁ ପରିବର୍ତ୍ତନ କରିପାରିବ ନାହିଁ।
ସୂଚନାଯୋଗ୍ୟ, ଚାଇନରେ ନାଗରିକ ମାମଲାର ମନ୍ତ୍ରଣାଳୟ ୧ ଏପ୍ରିଲରେ ଅରୁଣାଚଳ ପ୍ରଦେଶର ୧୧ ସ୍ଥାନର ମାନକ ନାମ ଜାରି କରିଥିଲା, ଯାହା ସେ ଷ୍ଟେଟ କାଉନସିଲ, ରାଜ୍ୟ ପରିଷଦ ଦ୍ୱାରା ଜାରି କରାଯାଇଥିବା ଭୌଗୋଳିକ ନିୟମାବଳୀ ଅନୁଯାୟୀ ଏହାକୁ ‘ତିବ୍ବତର ଦକ୍ଷିଣ ଭାଗ ଜାଙ୍ଗନାନ’ ବୋଲି କହିଥିଲା।

Leave a Reply

Your email address will not be published. Required fields are marked *