ଇଣ୍ଡିଆ ଗେଟ୍‌ ଯାଏଁ କ୍ୟାଣ୍ଡେଲ ଶୋଭାଯାତ୍ରା

ନୂଆଦିଲ୍ଲୀ,୨୪ା୫: ଭାରତୀୟ ରେସ୍‌ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଆନ୍ଦୋଳନରତ ରେସଲର ମାନେ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ରା କରିଛନ୍ତି। ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନକୁ ଏକମାସ ପୂରିବା ଫଳରେ ହଜାର ହଜାର ସମର୍ଥକଙ୍କ ଗହଣରେ ଏହି କ୍ୟାଣ୍ଡେଲ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟାରେ ଏହି ଶୋଭାଯାତ୍ରା ହୋଇଥିବା ବେଳେ ଏଥିରେ ସାଧାରଣ ଜନତା ଓ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଯୋଗ ଦେଇଥିଲେ। ଏହା ସହିତ ରେସ୍‌ଲର ମାନେ ଆସନ୍ତା ୨୮ ତାରିଖରେ ନୂତନ ସଂସଦ ଭବନ ସମ୍ମୁଖରେ ଏକ ମହିଳା ପଞ୍ଚାୟତ କରିବା ପାଇଁ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜଣେ ନାବାଳିକାଙ୍କ ସମେତ ୭ ଜଣ ରେସ୍‌ଲର ବ୍ରିଜ୍‌ଭୂଷଣଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି।

Leave a Reply

Your email address will not be published. Required fields are marked *