ଇରାନ ବାଟେ ଆଫଗାନିସ୍ତାନକୁ ୨୦ ହଜାର ମେଟ୍ରିକ ଟନ ଗହମ ପଠାଇଲା ଭାରତ

ନୂଆଦିଲ୍ଲୀ,୧।୬ : ଭାରତ ଆଫଗାନିସ୍ତାନରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ଲାଗି ଇରାନ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଦେଉଛି। ଭାରତର ନିଷ୍ପତ୍ତି କେବଳ ଆଫଗାନିସ୍ତାନକୁ ସାହାଯ୍ୟ କରୁନାହିଁ ବରଂ ଏହି ଅଞ୍ଚଳରେ ଭାରତର ସ୍ଥିତିକୁ ମଜବୁତ କରୁଛି। ନିକ୍କେ ଏସିଆର ଏକ ରିପୋର୍ଟରେ ଏହା କୁହାଯାଇଛି। ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖପାତ୍ର ସୂଚନା ଦେଇଛନ୍ତି ୨୦ ହଜାର ମେଟ୍ରିକ ଟନ ଭାରତୀୟ ଗହମ ଆସନ୍ତା ମାସରେ ଆଫଗାନିସ୍ତାନରେ ପହଞ୍ଚିବ। । ଭାରତର ଅବଦାନ ଉଲ୍ଲେଖନୀୟ ବୋଲି ଜାତିସଂଘ କହିଛି।

ମାର୍ଚ୍ଚରେ ଇରାନର ଚାବାହାର ବନ୍ଦର ଦେଇ ଗହମ ପଠାଇବା ପାଇଁ ନୂଆଦିଲ୍ଲୀ ଦେଇଥିବା ପ୍ରତିଶ୍ରୁତି ଏହା ପୂରଣ କରିଛି। ଏଥର ପାକିସ୍ତାନକୁ ଅତିକ୍ରମ କରି ଭାରତ ନିଜର ସାମଗ୍ରୀକୁ ଇରାନ ସୀମା ଦେଇ ଆଫଗାନିସ୍ତାନର ହେରାଟ ଅଞ୍ଚଳକୁ ପଠାଇଛି। ଗତଥର ଭାରତ ପାକିସ୍ତାନ ଦେଇ ଟ୍ରକ ଯୋଗେ ଆଫଗାନିସ୍ତାନକୁ ଗହମ ପଠାଇଥିଲା। ଆଫଗାନିସ୍ତାନରେ ୧୯ ମିଲିୟନରୁ ଅଧିକ ଲୋକ ଖାଦ୍ୟ ସଙ୍କଟରେ ପଡ଼ିଛନ୍ତି। ଦେଶରେ ଭୋକ ଉପାସ ଲାଗି ରହିଛି।

Leave a Reply

Your email address will not be published. Required fields are marked *