ଆଜିଠାରୁ ଭାରତ-ଆମେରିକା ମିଳିତ ସମରାଭ୍ୟାସ

କୋଲକାତା,୧୦।୪ : ଚାଇନା ସହିତ  ଚାଲିଥିବା ବିବାଦ ମଧ୍ୟରେ ଆମେରିକା ଏବଂ ଭାରତର ସ୍ବତନ୍ତ୍ର ବାହିନୀ ସୋମବାର ଠାରୁ ଫରଓ୍ବାର୍ଡପାଷ୍ଟଅଞ୍ଚଳରେ ଯୁଦ୍ଧ ବିମାନ ଚଳାଚଳ ପାଇଁ ତାଲିମ କେନ୍ଦ୍ରରେ ମିଳିତ ସମରାଭ୍ୟାସଆରମ୍ଭ କରିବେ। ତଥାପି, କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ଅଛି ।

ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ସମରାଭ୍ୟାସର ଧ୍ୟାନ ଫ୍ରଣ୍ଟଲାଇନ ଅଞ୍ଚଳରେ ନିର୍ଦ୍ଦିଷ୍ଟ ଟାର୍ଗେଟରେ ବୋମା ସଠିକ ଭାବେ ପକାଇବା ପାଇଁ ଲେଜର ସାହାଯ୍ୟରେ ଟାର୍ଗେଟର ଲକ୍ଷ୍ୟଭେଦ କରିବା ଉପରେ ରହିବ। ଏହା ଅନ୍ତର୍ଗତ, ଉଭୟ ଦେଶର ଯୁଦ୍ଧବିମାନ ଏବଂ ପରିବହନ ବିମାନ ସମେତ ଅନ୍ୟାନ୍ୟ ସାମରିକ ୟୁନିଟ ଏବଂ ଯନ୍ତ୍ରପାତି ସହାୟତାରେ ପଶ୍ଚିମବଙ୍ଗର କଲାଇକୁଣ୍ଡାରେ ପହଞ୍ଚିବା ଆରମ୍ଭ କରିଛି।

ଆମେରିକାର ବାୟୁସେନାର ଏଫ-୧୫ ଯୁଦ୍ଧ ବିମାନ ଏଥିରେ ଅଂଶଗ୍ରହଣ କରିବ।

Leave a Reply

Your email address will not be published. Required fields are marked *